ଡାବର ଇଣ୍ଡିଆ ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର ! ଆମେରିକା ଓ କାନାଡ଼ା ଗ୍ରାହକଙ୍କ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ପରିଚିତ ଡାବର ପ୍ରଡକ୍ଟ। ସେ ହେୟାର କେୟାର ପାଇଁ ତେଲ, ସାମ୍ପୁ ହେଉ କିମ୍ବା ଖାଇବା ସାମଗ୍ରୀ। ସମସ୍ତେ ଡାବର ସହ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି ଡାବର ପ୍ରଡକ୍ଟ ବ୍ୟବହାର କରିବା କେତେ ଦୂର ହାନୀକାରକ ? ଡାବର ଇଣ୍ଡିଆ ସହାୟକ କମ୍ପାନୀର କିଛି ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର। ଏହା ଆମେ କହୁନୁ ବରଂ ଆମେରିକା ଏବଂ କାନାଡ଼ା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ବିଦେଶରେ ବ୍ୟବହୃତ କମ୍ପାନୀର ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା କ୍ୟାନସର ସୃଷ୍ଟି ହେଉଛି। ଯାହାକୁ ନେଇ ଆମେରିକା ଏବଂ କାନାଡ଼ା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏନେଇ ଡାବର ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଅଭିଯୋଗ ଅନୁସାରେ କମ୍ପାନୀର ହେୟାର ରିଲାକ୍ସର୍ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଓଭାରି ଓ ଗର୍ଭାଶୟ କର୍କଟ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏନେଇ ଆମେରିକା ଓ କାନାଡାରେ ମକଦ୍ଦମା ରୁଜୁ କରାଯାଇଛି। ବିଳମ୍ବିତ ରାତିରେ ଡାବର ଇଣ୍ଡିଆ ଦ୍ୱାରା ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା ସୂଚନାରେ କୁହାଯାଇଥିଲା ଯେ, ଆମେରିକା ଏବଂ କାନାଡାର ଉଭୟ ଫେଡେରାଲ୍ ଏବଂ ରାଜ୍ୟ କୋର୍ଟରେ ମାମଲା ଦାଏର କରାଯାଇଛି। କମ୍ପାନୀ କହିଛି ଯେ ଇଲିନୋଇସର ଆମେରିକୀୟ ଜିଲ୍ଲା କୋର୍ଟରେ ପ୍ରାୟ ୫,୪୦୦ ମାମଲା ରୁଜୁ କରାଯାଇଛି, ଯେଉଁଥିରେ ନମସ୍ତେ ଲାବୋରେଟୋରୀ, ଡର୍ମୋଭିଭା ସ୍କିନ୍ ଏସେନସିଆଲ୍ସ ଏବଂ ଡାବର ଇଣ୍ଟରନ୍ୟାସନାଲ୍ ସମେତ ଅନେକ କମ୍ପାନୀ ମଧ୍ୟ ସାମିଲ ରହିଛି। ଡାବର ଇଣ୍ଡିଆର ୨୭ ଟି ସହଯୋଗୀ କମ୍ପାନୀ ଅଛି। ଏହି କମ୍ପାନୀଗୁଡିକ ୨୦୨୨-୨୩ ବର୍ଷରେ ଇଣ୍ଟିଗ୍ରେଟେଡ୍ ଅପରେସନ୍ସରୁ କମ୍ପାନୀର ଆୟରେ ୨୬.୬୦ ପ୍ରତିଶତ ଯୋଗଦାନ ଦେଇଛନ୍ତି। ଡାବର ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଏହି ଅଭିଯୋଗ ନିଶ୍ଚିତ ହୋଇନାହିଁ। ସେହିପରି ମକଦ୍ଦମା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଅଭିଯୋଗର କୌଣସି ପ୍ରମାଣ ନାହିଁ ଏବଂ ଅସମ୍ପୂର୍ଣ୍ଣ ଅଧ୍ୟୟନ ଉପରେ ଆଧାରିତ। ଏନେଇ କୋର୍ଟ କୌଣସି ଟିପ୍ପଣୀ ଦେଇନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.