୧୪ତମ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ କ୍ଵାନକିଡୋ କରାଟେ ମାର୍ସଲ ଆର୍ଟ ପ୍ରତିଯୋଗିତାରେ ନୂଆପଡାକୁ ସଫଳତା

ମୋଟ ୧୭ ଟି ମେଡାଲରୁ ୮ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୫ ଟି ବ୍ରୋଞ୍ଜ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଦୀପିକା ଇଂରାଜୀ ମିଡିୟମ ସ୍କୁଲ ରାଉଲକେଲାଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୪ତମ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ କ୍ଵାନକିଡୋ କରାଟେ ମାର୍ସଲ ଆର୍ଟ ପ୍ରତିଯୋଗିତାରେ ନୂଆପଡା ଜିଲ୍ଲାକୁ ସଫଳତା ମିଳିପାରିଛି । ଜିଲ୍ଲାକୁ ମୋଟ ୧୭ଟି ମେଡାଲ ମିଳିଛି ସେଥିରୁ ୮ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ମେଡାଲ ରହିଥିବା କୋଚ ରେନସି କେ. ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ୭ ରୁ ୮ ବର୍ଷ କୁମିତେ ବାଳକ ବିଭାଗରେ ଭୂପତି ଚନ୍ଦ୍ରକାର ସ୍ବର୍ଣ୍ଣ, ହରି ଓମ ନାୟକ ରୌପ୍ୟ, ଖ୍ୱାହିସ ଚନ୍ଦ୍ରକାର ଓ ଦେବୟାଂଶ ଠାକୁର ବ୍ରୋଞ୍ଜ ମେଡାଲ ଜିତି ଥିବା ବେଳେ ୮ ରୁ ୧୦ ବର୍ଷ କୁମିତେ ବାଳିକା ବିଭାଗରେ କୁମକୁମ ଚନ୍ଦ୍ରକାର ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ୧୦ ରୁ ୧୨ ବର୍ଷ କୁମିତେ ବାଳିକା ବିଭାଗରେ ସାନିଆ ସାହୁ ସ୍ବର୍ଣ୍ଣ, ମାହି ମାଝୀ ରୌପ୍ୟ ଏବଂ ବାଳକ ବିଭାଗ ରେ ଖିଳେଶ ଚନ୍ଦ୍ରକାର ରୌପ୍ୟ, ସଂକେତ ଚନ୍ଦ୍ରକାର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ସେହିପରି ୯ ରୁ ୧୧ ବର୍ଷ କୁମିତେ ବାଳକ ବିଭାଗରେ ବ୍ୟୋମ ଡାଗା ବ୍ରୋଞ୍ଜ, ସୁବିଦ୍ୟା ଶୁଭମ ମେହେର, ସୂର୍ଯ୍ୟ ନାରାୟଣ ପଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ୧୩ ରୁ ୧୫ ବର୍ଷ କୁମିତେ ବାଳିକା ବିଭାଗରେ ୟାମିନୀ ସାହୁ ସ୍ବର୍ଣ୍ଣ ଓ ବାଳକ ବିଭାଗରେ ରିଷଭ ଚନ୍ଦ୍ରକାର ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୧୬ ରୁ ୧୭ କୁମିତେ ବାଳକ ବିଭାଗରେ ମନିଶ ପଟେଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । କାଲୋଉନେସ ବେଲ୍ଟ କାଟା ବାଳକ ବିଭାଗରେ ଭୂପତି ଚନ୍ଦ୍ରକାର ସ୍ବର୍ଣ୍ଣ ଓ ସୂର୍ଯ୍ୟନାରାୟଣ ପଲ ରୌପ୍ୟ ପଦକ ହାସଲ କରିଛନ୍ତି । ରବିବାର ଖରିଆର ରୋଡ ରେଳ ଷ୍ଟେସନରେ  ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ଧନୀ ସାହୁ, ସମାଜସେବୀ ନେହା ଡାଗା, ବେଲଟୁକୁରୀ ସମିତି ସଭ୍ୟ ଗୋଲୁ ଚନ୍ଦ୍ରକାର ଏବଂ କେ.ଏସ.ଏସ ସଦସ୍ୟ ବୃନ୍ଦ ଏହି ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.