ଗରବା ନାଚୁ ନାଚୁ ହୃଦଘାତରେ ୧୦ ଜଣଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଗାନ୍ଧୀନଗର: ସାରା ଦେଶ ମା’ଙ୍କ ଆଗମନୀକୁ ନେଇ ଝୁମୁଥିବାବେଳେ ଗୁଜରାଟରେ ଖେିଳି ଯାଇଛି ଶୋକର ଲହରୀ ।  ଗରବା ନାଚୁ ନାଚୁ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି ଅଧିକାଂଶ ମୃତକଙ୍କ କମ ବୟସର । ସବୁଠାରୁ କନିଷ୍ଠ ମୃତକଙ୍କ ବୟସ ୧୩ ବର୍ଷ ବୋଲି ଜଣାଯାଇଛି । ଗୋଟିଏ ଦିନରେ ହୃଦଘାତରେ ଏତ ସଂଖ୍ୟକଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି । ଗୋଟିଏ ଦିନରେ ଆମ୍ବୁଲାନ୍ସ ପାଇଁ ୫୦୦ କଲ ଆସିଥିଲା । ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କୁହାଯାଇଥିଲା । ରୋଗୀଙ୍କୁ ଠିକ ଭାବେ ଡାକ୍ତରଖାନାରେ ପହଞ୍ଚାଇବାକୁ  ଆମ୍ବୁଲାନ୍ସ  ଯୋଗାଇ ଦେବାକୁ କୁହାଯାଇଥିଲା । ଖେଦା ଜିଲ୍ଲାର କପଡଭଞ୍ଜ ସହରରେ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ଗରବା ଖେଳୁ ଖେଳୁ  ହଠାତ ୧୭ ବର୍ଷର ଭୀର ଶାହ ଟଳି ପଡିଲା । ତାଙ୍କର ନାକରୁ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ତାଙ୍କର ପରିବାର ଲୋକେ ଅନ୍ୟ ଏକ ସ୍ଥାନରେ ପୂଜା ପାଳନ କରୁଥିଲେ । ଖବର ପାଇ ସେମାନେ ତୁରନ୍ତ ଯାଇ ପହଞ୍ଚିଲେ ଡାକ୍ତରଖାନାରେ  । ହେଲେ ଡାକ୍ତର ଭୀରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ । ଏହାପରେ ତାଙ୍କର ବାପା ହାତ ଯୋଡି ସମସ୍ତଙ୍କୁ ଅନୁନୟ କରିଥିଲେ, ଦୟାକରି ସମସ୍ତେ ସତର୍କ ରୁହ । ବିନା ବ୍ରେକରେ ଦୀର୍ଘ ସମୟ ଧରି ଗରବା ଖେଳନାହିଁ । ମୁଁ ଆଜି ଏହି କାରଣରୁ ମୋ ପୁଅକୁ ହରାଇଛି । ଆଉ କେହି ତାହା ନ ଭୋଗନ୍ତୁ ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

ସମାନ ଘଟଣା ଘଟିଛି ଅହମଦାବାଦ, ନଭସାରି ଏବଂ ରାଜକୋଟରେ । ଭଦୋଦରା ଜିଲ୍ଲାର ଦାଭେଇରେ ଜଣେ ୧୩ ବର୍ଷର ବାଳକଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ବୈଭବ ସୋନି ଗରବା ସାରି ଘରକୁ ଫେରୁଥିଲେ । ବାଟରେ ସାଇକେଲରୁ ଟଳି ପଡିଲେ । ସାମାନ୍ୟ ଆଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।ତାଙ୍କୁ ଡାକ୍ତରଖାନା ନିଆଗଲା । ଚିକିତ୍ସା ପରେ ଘରକୁ ଫେରି ଆସିଲେ । ହେଲେ କିଛି ସମୟ ପରେ ତାଙ୍କର ଛାତି ଯନ୍ତ୍ରଣା ବାହାରିଲା  । ପରିବାର ଲୋକେ ତାଙ୍କୁ ଔଷଧ ଦେଇ ଶୁଆଇ ଦେଲେ । ହେଲେ କିଛି ସମୟ ପରେ ପରିବାର ଲେକେ ଡାକିବାରୁ ସେ ଉଠି ନ ଥିଲେ । ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଶୁକ୍ରବାର ଅହମ୍ମଦାବାଦର ଜଣେ ୨୪ ବର୍ଷୀୟ ଯୁବକ ଏବଂ କପାଦୱଞ୍ଜର ଜଣେ ୧୭ ବର୍ଷୀୟ ବାଳକ ମଧ୍ୟ ସମାନ କାରଣରୁ ପ୍ରାଣ ହରାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.