ସେଭେନ ଷ୍ଟାର ଗ୍ରାମୀଣ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୋଟେନଚୁଆଁ ପଂଚାୟତର ପରସଖୋଲ ଗାଁରେ ସେଭେନ ଷ୍ଟାର ଗ୍ରାମୀଣ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି | ସାର୍ବଜନୀନ ଦୁର୍ଗା ପୂଜା କମିଟି ପରସଖୋଲ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ଉଦଯାପନୀ ଉତ୍ସବରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଖାମ ସିଂ ମାଝୀ, ଜିଲ୍ଲା ପରିଷଦ-୮ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ-୨ ସଭ୍ୟ ଅବନୀ ରଞ୍ଜନ ଯୋଶୀ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଟୁର୍ନାମେଣ୍ଟରେ ସର୍ବମୋଟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ | ବିଶୋରା ଦଳ ବିଜେତା ହୋଇ ନଗଦ ୭୦୦୧ ଟଙ୍କା ଓ ଟ୍ରଫି, କାନସଡା ଦଳ ଉପ ବିଜେତା ହୋଇ ନଗଦ ୫୦୦୧ ଟଙ୍କା ଓ ଟ୍ରଫି ପୁରସ୍କୃତ ହୋଇଥିବା ବେଳେ ୩ୟ ସ୍ଥାନରେ ଠୋଙ୍ଗୋପାଣି ଦଳ ୩୦୦୧ ଟଙ୍କା ଓ ଟ୍ରଫି ଏବଂ ୪ ର୍ଥ ସ୍ଥାନ ରେ ବାଣୀପରା ଦଳ ନଗଦ ୨୦୦୧ ଟଙ୍କା ଓ ଟ୍ରଫିରେ ପୁରସ୍କୃତ ହୋଇଥିଲେ | ଟୁର୍ନାମେଣ୍ଟରେ ଅଫିସିଆଲ ଭାବେ ଅନିଲ ରାଉତ, ଜୀବ ଲାଲ ନାୟକ, ମଣ୍ଟୁ ବାରିକ ଓ ବାବୁ ଲାଲ ବରିହା କାର୍ଯ୍ୟ ନିର୍ବାହ କରିଥିଲେ | ପୂଜା କମିଟିର ପ୍ୟାରୀଲାଲ ରାଉତ, ପୁରୁଷୋତ୍ତମ ସାହୁ, ରବୀନ୍ଦ୍ର ସିନ୍ଧୁ, ଇନିତ ରାଉତ, ଶାବି ସିଂ ଏବଂ ସେବେନ ଷ୍ଟାର ଗ୍ରାମୀଣ କବାଡି କମିଟି ର ଲୋକେସର ସାହୁ, ଅମର ସିଂ ମାଝୀ, ସଂଗୀତ ଲାଲ ସାହୁ, ଭୂପେନ ରାଉତ, ଜୟଦୀପ ସାହୁ, ତ୍ରିଲୋଚନ ଲୋହାର ପ୍ରମୁଖ ବିଶେଷ ଭାବେ ସହଯୋଗ କରି ଆୟୋଜନ କରିଥିଲେ |ଉଭୟ କମିଟିର ଉପଦେଷ୍ଟା କମଲେଶ ଠାକୁର ପ୍ରମୁଖ ଭାବରେ ଏହି ଟୁର୍ନାମେଣ୍ଟ ଟିକୁ ଆୟୋଜିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.