ପୂର୍ଣ୍ଣାହୁତି ସହ ସଂପନ୍ନ ହେଲା ରୁପ୍ରାରୋଡ ବୈଷ୍ଣବୀ ଧାମର ଶାରଦୀୟ ନବରାତ୍ର ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବୈଷ୍ଣବୀ ଧାମରେ ୯ ଦିନଧରି ଚାଲିଥିବା ନବରାତ୍ର ପୂଜା ଆଜି ୨୩ ଅକ୍ଟୋବର ସୋମବାର ଦିନ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି । ରୁପ୍ରାରୋଡ଼ ହାଡୋଦିଆ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନବରାତ୍ର ଉପାସନା ରିତି ନିତି ଅନୁସାରେ ଚାଲିଥିବା ବେଳେ ଏଥିରେ ସୁନୀଲ ହାଡୋଦିଆ ଓ ତାଙ୍କ ଧର୍ମପତ୍ନୀ ସୀମା ହାଡୋଦିଆ ପୂଜା କର୍ତ୍ତା ଦାଇତ୍ୱ ସଂପାଦନ କରିଥିଲେ । ପୂଜା କାର୍ଯ୍ୟ କରିଥିଲେ ଆହ୍ଲାବାଦର ପଣ୍ଡିତ ଜତିନ ପାଣ୍ଡେ ଓ ବନାରସର ମଣି ଶଙ୍କର ପାଣ୍ଡେ । ବୈଷ୍ଣବୀ ଧାମରା ପ୍ରତ୍ୟକ ରାତି ଦାଣ୍ଡିଆ ନୃତ୍ୟରେ ରଙ୍ଗିନ ହୋଇ ଉଠିଥିଲା । ଆଜି ପୂର୍ଣ୍ଣାହୁତି ପରେ ଆୟୋଜିତ ଭଣ୍ଡାରାରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ରୁପ୍ରାରୋଡ ବସ୍ତି ତଥା ଆଖପାଖ ଅଞ୍ଚଳବାସୀ ଏହି ନବରାତ୍ରୀ ପୂଜାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ହାଡୋଦିଆ ପରିବାରର ବରିଷ୍ଠ ସଦସ୍ୟ ଅନୀଲ କୁମାର ଅଗ୍ରୱାଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.