ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ସଇଁତଲାରେ ରାବଣ ଦରବାର: ମନମୋହିଲା ଉର୍ବଶୀ-ମେନକାଙ୍କ ନୃତ୍ୟ

ତୃତୀୟ ଦିନରେ ସୀତା ଚୋରୀ ମଞ୍ଚସ୍ଥ, ସମ୍ବର୍ଦ୍ଧିତ ହେଲେ ଅନେକ ସମାଜସେବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ତୃତୀୟ ଦିନରେ ସୀତା ଚୋରୀ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସନ୍ଧ୍ୟା ସମୟରେ ଚାଲିଛି ରାବଣ ଦରବାର l ମହାରାଜ ରାବଣ ତାଙ୍କ ରଥରେ ବାହାରିବା ବେଳେ ରାସ୍ତା ଘାଟଗୁଡିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ସେ ଚାଳକମାନଙ୍କୁ ଫାଇନ ପକାଉଥିବା ଦେଖିବାକୁ ମିଳିଛି । ଏବେ ମହାରାଜ ଆସୁଥିବା ଶବ୍ଦ ଶୁଣି ଲୋକେ ସତର୍କ ହେବାସହ ରାସ୍ତାଗୁଡିକ ବ୍ୟବସ୍ଥିତ ରହୁଛି l ଏହି ଦରବାର ଆଉ ୨ ଦିନ ଧରି ଚାଲିବ l ଏହା ଦେଖିବା ପାଇଁ ପ୍ରବଳ ଜନଗହଳି ଓ ଉତ୍ସାହ ପରିଲକ୍ଷିତ ହେଉଛି l ଏହି ପରିପେକ୍ଷୀରେ ସହରର ଦୁର୍ଗାପୂଜା କମିଟିର ସମାଜସେଵୀମାନଙ୍କୁ ରାଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି l ଏଥିରେ ବିଶିଷ୍ଟ ସମାଜସେଵୀ ମଦନଲାଲ ଅଗ୍ରୱାଲ, ସୀତାରାମ ଅଗ୍ରୱାଲ ଓ ପୂଜା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ କରି ଆସୁଥିବା ସ୍ବେଛାସେବୀ ପ୍ରଶାନ୍ତ ପୃଷେଠ, ଭକ୍ତ ନାଏକ ଓ ପବନ ଅଗ୍ରୱାଲଙ୍କୁ କମିଟିର ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l ପରେ ଉର୍ବଶୀ ଓ ମେନକାଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.