ଅଧର୍ମ ଉପରେ ଧର୍ମର ବିଜୟ : ରୁପ୍ରାରୋଡରେ ରାବଣ ଦହନ ସଂପନ୍ନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟର ମହାପର୍ବ ହେଉଛି ବିଜୟା ଦଶମୀ। ଅଧର୍ମ ଓ ଅସତ୍ୟର ପ୍ରତୀକ ସ୍ବରୂପ ରାବଣକୁ ଏହି ଦିନ ଭଗବାନ ଶ୍ରୀରାମ ବଧ କରିଥିଲେ। ଏଥିପାଇଁ ଦଶହରାରେ ଭାରତ ସାରା ରାବଣ ପୋଡ଼ି ହେଉଥିବା ବେଳେ ଅକ୍ଟୋବର ୨୪ ମଙ୍ଗଳବାର ଦିନ ରୁପ୍ରାରୋଡରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ରାବଣ ଦହନ। ଭଲିକି ଭଳି ଆତସବାଜି ଓ ବାଣ ରୋଷଣୀରେ ଝଲସି ଉଠିଥିଲା ପରିବେଶ। ପୌରାଣିକ କଥାବସ୍ତୁ ଅନୁସାରେ ଭଗବାନ ଶ୍ରୀରାମ ଆଶ୍ବିନ ମାସରେ ଦେବୀ ଦୁର୍ଗାଙ୍କୁ ଆବାହନ କରି ନବରାତ୍ର ଉପାସନା କରି ବିଜୟା ଦଶମୀ ଦିନ ମହାପରିକ୍ରମୀ ଦଶାନନ ରାବଣଙ୍କୁ ବଧ କରିଥିଲେ। ଦେବୀଙ୍କ କୃପା ଯୋଗୁଁ ହିଁ ଏହା ସମ୍ଭବ ହୋଇଥିଲା। ସନାତନ ସଂସ୍କୃତିରେ ମାତୃ ଉପାସନାର ଯଥେଷ୍ଟ ଗୁରୁତ୍ବ ରହିଛି। ଶ୍ରୀରାମ ପାପ ଓ ଅସତ୍ୟର ପ୍ରତୀକ ରାବଣଙ୍କୁ ବିଜୟା ଦଶମୀ ବା ଦଶହରା ଦିନ ବିନାଶ କରିଥିବାରୁ ଏହାକୁ ସ୍ମରଣକରି ରାବଣ ଦହନ କରାଯାଏ। ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆଠାରେ ରାବଣ ଦହନ କମିଟି ସଭାପତି ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ରାବଣ ପୋଡ଼ି ମହୋତ୍ସବରେ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଦୀର୍ଘ ବର୍ଷପରେ ରୁପ୍ରାରୋଡରେ ରାବଣ ଦହନ ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ରାତି ୮ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାବଣ ଦହନ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.