ନିଆରା ଢଙ୍ଗରେ ପ୍ରତିବାଦ, କୁମ୍ଭୀର ସହ ବିଦ୍ୟୁତ କେନ୍ଦ୍ରରେ ପହଞ୍ଚିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଚାଷୀମାନେ ସାଙ୍ଗରେ ଏକ କୁମ୍ଭୀର ଆଣି ପାୱାର ହାଉସ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି । କୁମ୍ଭୀରକୁ ଦେଖି ପାୱାର ହାଉସର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲା କର୍ଣ୍ଣାଟକର ବିଜୟପୁର ଜିଲାରୁ ଆସିଛି । ଏଠାରେ ଥିବା ରୋନିହାଲା ଗାଁର ଚାଷୀମାନେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରବାର ଅଭିଯୋଗ କଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁନାହାନ୍ତି । ବାଧ୍ୟ ହୋଇ ଚାଷୀମାନେ ଏପରି ପ୍ରତିବାଦ କରିଛନ୍ତି । ଚାଷୀମାନେ ହୁବଲି ବିଦ୍ୟୁତ ଯୋଗାଣ ଲିମିଟେଡ କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଏହାର ପ୍ରତିବାଦ କରିଥିଲେ । ଚାଷୀମାନେ ଏକ କ୍ଷେତରୁ କୁମ୍ଭୀର ଧରି ଟ୍ରାକ୍ଟରରେ ଆଣି ସିଧା ବିଦ୍ୟୁତ କାର୍ଯ୍ୟାଳୟ ଅଧିକାରୀଙ୍କ ସାମ୍ନାରେ ରଖିଥିଲେ । ହଠାତ୍ କୁମ୍ଭୀରକୁ ପାଖରେ ଦେଖି ଭୟଭୀତ ହୋଇପଡ଼ିଥିଲେ । ଅନ୍ୟ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଡ଼ରି ଯାଇଥିଲେ ।ଯଦି ଆମକୁ ସାପ, ବିଛା କିମ୍ବା କୁମ୍ଭୀର କାମୁଡ଼ନ୍ତି ତେବେ କିଏ ଦାୟୀ ରହିବ? ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ । ତୁରନ୍ତ ଏହି ସମସ୍ୟାର ସମାଧାନ ଦାବି କରିଥିଲେ । ବିଦ୍ୟୁତ ଅଭାବରୁ ସେମାନଙ୍କ ଫସଲ ଶୁଖିଯାଉଛି ବୋଲି ମଧ୍ୟ କହିଥିଲେ । ଖୁବ୍‌ଶୀଘ୍ର ଏହି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ପରେ କୁମ୍ଭୀରଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.