ଆସନ୍ତା ୨୭ରୁ ଆରମ୍ଭ ହେବ ହରଗୌରୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ଆରମ୍ଭ ହୋଇ ୪ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଢେରାପଡା ଠାରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିିଛି ।‌ ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ଏ ବର୍ଷ ୨୫ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ୩୦ ତାରିଖରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାହେବା ପାଇଁ ସ୍ଥିର ହୋଇଛି। ୩୦ ତାରିଖରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ମହୋତ୍ସବରେ ବଲାଙ୍ଗୀରର ପଞ୍ଚମ ଓ ସୋନପୁରର ପଏଁରୀ ଅନୁଷ୍ଠାନ ଯୋଗଦେବାକୁ ଥିବାବେଳେ ୩୧ ତାରିଖ ରେ ବିଶିଷ୍ଟ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟଙ୍କ ଦ୍ଵାରା ପାରାୟଣ ପରିବେଷଣ କରାହେବ। ୧ ତାରିଖରେ ଭଜନ ସଂଧ୍ୟା ‘ଭକ୍ତି ଆରାଧନା’ ୨ ତାରିଖ ସମ୍ବଲପୁରୀ ଅର୍କେଷ୍ଟ୍ରା ହରି ଓଁ ମେଲୋଡ଼ି ୩ ତାରିଖରେ ରାଞ୍ଚି ର ହିନ୍ଦୀ ମେଲୋଡ଼ି ନାଇଟ୍ସ ଇକୋଡିଲା ଇଭେଣ୍ଟସ୍ ଓ ୪ ତାରିଖରେ ମାଁ ମାହେଶ୍ଵରୀ ସମ୍ବଲପୁରୀ ଅର୍କେଷ୍ଟ୍ରା ଓ ମଧ୍ୟରାତ୍ରରୁ ନଗର ପରିକ୍ରମା ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ଏହି ସାମ୍ବାଦିକ ସମ୍ମିଳନୀରେ ହରାଗୌରି ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସ‍ଂପାଦକ ଜନ୍ମେଜୟ ପାତ୍ର, ସତ୍ୟନାରାୟଣ ରାଓ, ଆନନ୍ଦ ପାତ୍ର ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.