ରେଳ ଧାରଣରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୂର୍ବତଟ ରେଳବାଇର ରାୟଗଡା- ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ ମଧ୍ୟରେ ଥିବା ଭାକୁରଗୁଡା ଗ୍ରାମ ନିକଟରେ ଥିବା ରେଳ ଧାରଣା କଡରେ ବୁଧବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ନେଇ ରାୟଗଡା ସରକାରୀ ରେଳବାଇ ପୋଲିସ (ଜିଆରପି) ପକ୍ଷରୁ ସୂଚନା ଦିଆଯାଇଛି | ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଆନୁମାନିକ ବୟସ ୬୦ବର୍ଷ ପାଖାପାଖି ହୋଇଥିବା ପୋଲିସ ଅନୁମାନ କରିଛି | ଉଦ୍ଧାର ମୃତ ଦେହ ଆସନ୍ତା ୭୨ଘଣ୍ଟା ପର୍ଯ୍ୟନ୍ତ ଶବ ଗୃହରେ ରଖାଯିବ | ଯଦି ଏହି ସମୟ ମଧ୍ୟରେ ମୃତକଙ୍କ କେହି ସମ୍ପର୍କୀୟ ନ ଆସିଲେ ପୋଲିସ ତରଫରୁ ଅନ୍ତିମ ସଂସ୍କାର କରାଯିବ ବୋଲି ଜିଆରପି ଥାନା ଅଧିକାରୀ ବିଜୟ କୁମାର ବେକ ପ୍ରକାଶ କରିଛନ୍ତି | ମିଳିଥିବା ସୂଚନା ପ୍ରକାରେ ରାୟଗଡା ରେଳବାଇ କର୍ମଚାରୀ ଏମଟିଆର ଜି. ରାମ ପ୍ରସାଦ ରାୟଗଡା- ସିଙ୍ଗାପୁର ରୋଡ଼ ମଧ୍ୟରେ ଥିବା ରେଳ ଧାରଣା କିଲୋମିଟର ୩୩୭/୦୫ ନିକଟରେ ରକ୍ତାକ୍ତ ଅବସ୍ଥାରେ ଏକ ମୃତ ଦେହ ପଡ଼ିଥିବା ନେଇ ରାୟଗଡା ରେଳ ଷ୍ଟେସନର କର୍ତ୍ତ୍ତୃପକ୍ଷ ଏମ. କେ. ବିଦ୍ୟାର୍ଥୀଙ୍କୁ ଜଣାଇଥିଲେ | ପରେ ଶ୍ରୀ ବିଦ୍ୟାର୍ଥୀ ଏ ନେଇ ରାୟଗଡା ଜିଆରପି ପୋଲିସଙ୍କୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ଜିଆରପି ଥାନା ଅଧିକାରୀ ବିଜୟ କୁମାର ବେକ,ଏଏସଆଇ ଏମ. ବି. ଶର୍ମା, ମାଣିକ ଚନ୍ଦ୍ର ଗୌଡ଼ ପ୍ରମୁଖ ପହଞ୍ଚି ତଦନ୍ତ କରିବା ସହ ଶବକୁ ଉଦ୍ଧାର କରିଥିଲେ | ରାୟଗଡା ଜିଆରପି ଥାନାରେ କେସ ନମ୍ବର ୩୪/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏଏସଆଇ ଶ୍ରୀ ଶର୍ମାଙ୍କୁ କେସ’ର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.