ଉତ୍କଳ ଆଲୁମିନାରେ ମହା ସମାରୋହରେ ଦଶହରା ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ପାରିପାର୍ଶିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତା, ଐତିହ୍ୟ, ଆଧ୍ୟାତ୍ମିକତା ଏବଂ ପାର୍ବଣର ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଟିକିରିସ୍ଥିତ ଦୋରାଗୁଡା ଦଶହରା ପଡିଆରେ ଚଳିତ ଅକ୍ଟୋବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶାରଦୀୟ ଦୁର୍ଗା ପୂଜା ଏବଂ ଦଶହରା ମହୋତ୍ସବ ଆୟୋଜନ କରିଥିଲା। ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଉତ୍ସବ ପାଳନ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରିଦେବା ଏବଂ ସମସ୍ତଙ୍କୁ ଏକତ୍ରିତ କରିବା ନିମନ୍ତେ ଉତ୍ସର୍ଗୀକୃତ ଥିଲା, ଯାହା ସମାଜରେ ଏକ ସକରାତ୍ମକ ପ୍ରଭାବ ପକାଇବା ନିମନ୍ତେ ଉତ୍କଳ ଆଲୁମିନାର ଉତ୍ସର୍ଗୀକୃତ ଭାବର ନିଦର୍ଶନ ହୋଇଥିଲା। ଏହାଦ୍ୱାରା କମ୍ପାନୀ ଏବଂ ସ୍ଥାନୀୟ ଜନସମୁଦାୟଙ୍କ ମଧ୍ୟରେ ଏକ ମଜଭୁତ ବନ୍ଧନ ସୃଷ୍ଟି କରାଯାଇପାରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅତି ନିଖୁଣ ଭାବରେ ପ୍ରସ୍ତୁତ ମା’ ଦୁର୍ଗାଙ୍କ ପ୍ରତିମାଙ୍କର ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତି ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସହିତ ପାରମ୍ପରିକ ସଂଗୀତ ପରିବେଷଣ ସ୍ଥାନୀୟ ପ୍ରତିଭାମାନଙ୍କୁ ସେମାନଙ୍କ ମଧ୍ୟରେ ରହିଥିବା ସଂସ୍କୃତି ଓ ପରମ୍ପରାର ଗୁଣବତ୍ତା ପ୍ରଦର୍ଶନ କରିବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା। ମେଲୋଡି ପରିବେଷଣ, ନୃତ୍ୟ ପ୍ରଦର୍ଶନ, ନାଟକ ଆଦି ଦର୍ଶକମାନଙ୍କ ମନରେ ପାର୍ବଣର ମାହୋଲ ଭରିଦେଇଥିଲା। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ୍‍ ଦର୍ଶକମାନଙ୍କ ପାଇଁ ସୁସ୍ୱାଦୁ ଆଞ୍ଚଳିକ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇଥିଲା। ପ୍ରଦର୍ଶନୀ ଏବଂ ଷ୍ଟଲ୍‍ଗୁଡିକ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରିବା ନିମନ୍ତେ ସୁଯୋଗ ଯୋଗାଇ ଦେଇଥିଲା, ଯାହା ସେମାନଙ୍କ ଜୀବିକା ଉପାର୍ଜନକୁ ମୂଲ୍ୟଯୁକ୍ତ କରିଥିଲା। ପ୍ରୋଜେକ୍ଟ ସକ୍ଷମ, କୌଶଲ୍ୟା ଏବଂ ସିଏସ୍‍ଆର ବିଭାଗର ଉଦ୍ୟମୀ ପକ୍ଷରୁ ପ୍ରଦର୍ଶିତ ଷ୍ଟଲ୍‍ଗୁଡିକ ଏହି ଅଞ୍ଚଳର ମହିଳା ଓ ଯୁବବର୍ଗଙ୍କ ପାଇଁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରିବାକୁ ସୁଯୋଗ ଯୋଗାଇ ଦେଇଥିଲା। ଏଥିସହିତ ପାରମ୍ପରିକ ଭାବରେ ଚଳିତ ମାସ ୨୪ତାରିଖ ସନ୍ଧ୍ୟାରେ ଖରାପ ଉପରେ ଭଲର ବିଜୟ ପ୍ରତୀକ ଭାବରେ ‘ରାବଣ ପୋଡି’ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ କୁଚେଇପଦର, ହାଡିଗୁଡା, ଟିକିରି, ମାଇକଞ୍ଚ, କୋଡିପାରି ଏବଂ ପୋଡପଡିର ସରପଞ୍ଚବୃନ୍ଦ ଉପସ୍ଥିତ ଥିଲେ। ସ୍ଥାନୀୟ ଜନସାଧାରଣ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ, ବ୍ୟବସାୟିକ ସହଭାଗୀ ପ୍ରମୁଖ ଏହି ଭବ୍ୟ ଦଶହରା ମହୋତ୍ସବରେ ବହୁସଂଖ୍ୟାରେ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହିତ ସାମିଲ ହୋଇଥିଲେ।

Udyog Nursery
Udyogi Nursery

ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ସ୍ଥାନୀୟ ଜନସାଧାରଣ, ବିଚାରବନ୍ଦ ନେତୃତ୍ୱ, ପିଆର୍‍ଆଇ ସଦସ୍ୟବୃନ୍ଦ, ସହଭାଗୀ, ପୋଲିସ ଓ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀର କର୍ମଚାରୀମାନଙ୍କୁ ଏହି ବିଶାଳ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରାଇବା ଦିଗରେ ସେମାନଙ୍କର ଆନ୍ତରିକ ଅଂଶଗ୍ରହଣ ଏବଂ ପ୍ରୟାସ ନିମନ୍ତେ କୃତଜ୍ଞତା ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଆଲୁମିନା ଏହି ଅଞ୍ଚଳରେ ବାସ କରୁଥିବା ଆମ ଜନ ସମୁଦାୟଙ୍କର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା ଏବଂ ସେମାନଙ୍କ ଜୀବନରେ ଦୁର୍ଗା ପୂଜାର ମହତ୍ତ୍ୱକୁ ଅନୁଭବ କରାଇବା ନିମନ୍ତେ ହାତକୁ ନେଇଥିବା ପ୍ରୟାସରେ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି। ସେ ମଧ୍ୟ ଖରାପ ଉପରେ ଭଲର ବିଜୟ ଏବଂ ମିଥ୍ୟା ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ହେଉଛି ରାବଣ ଉପରେ ଭଗବାନ ରାମଙ୍କର ବିଜୟର ପାଳନ। ଏହି ଅଞ୍ଚଳରେ ଏକ ସୁଦକ୍ଷ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମ ପ୍ରତିବଦ୍ଧତାର ଏହି କାର୍ଯ୍ୟକ୍ରମ ଏକ ନିଦର୍ଶନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.