ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଉତ୍ତର କଶ୍ମୀରର ସୀମାନ୍ତ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀଙ୍କୁ ନହତ କଲେ ଯବାନ। ଜମ୍ମୁ-କଶ୍ମୀର ପୋଲିସର କହିବା କଥା ହେଲା କୁପୱାରା ପୋଲିସ ଦେଇଥିବା ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ମଛଲ ସେକ୍ଟରରେ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ଅପରେସନ୍ ଜାରି ରହିଛି। ସେହିପରି ଉକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସର୍ଚ୍ଚ ଅପରେସନ ଜାରି କରାଯାଇଥିବା ପୋଲିସ କହିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗୁଇନ୍ଦା ବିଭାଗ ପୂର୍ବରୁ ଜାଣିବାକୁ ପାଇଥିଲା ଯେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ କୁପୱାରାରେ ଏଲଓସିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ଏହି ସୂଚନା ଆଧାରରେ ମନିଟରିଂ କରାଯାଉଥିଲା। ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀର ଭିତରେ ଆତଙ୍କବାଦୀଙ୍କ ଅନୁପ୍ରବେଶର ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ରବିବାର ଦିନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଖଣ୍ଡନ କରି ଉରି ସେକ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କୁ ନହତ କରିଥିଲା। ଜମ୍ମୁ-କାଶ୍ମିରରେ ଏବେ ଶୀତର ମାତ୍ରା ବଢିଚାଲିଛି। ଏପରି ସମୟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବଢିଯିବାର ସମ୍ଭାବନା ରହିଛି। କାରଣ ତୁଷାରପାତ ଯୋଗୁଁ ପର୍ବତ ମାର୍ଗ ବନ୍ଦ ହୋଇଯାଏ। ଏହା ପୂର୍ବରୁ ଆତଙ୍କବାଦୀମାନେ ଉପତ୍ୟକାକୁ ପ୍ରବେଶ କରିବାକୁ ଚାହାଁନ୍ତି। ତେଣୁ ଏହାପୂର୍ବରୁ ବୁଧବାର (ଅକ୍ଟୋବର ୨୫) ରେ ସୁରକ୍ଷା ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି। ନିକଟରେ ଜମ୍ମୁ-କଶ୍ମୀରର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ୨୦୨୩ ମସିହାରେ କେବଳ ୧୦ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦର ରାସ୍ତା ବାଛିଥିଲେ। ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ସେ ଆତଙ୍କବାଦୀଙ୍କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.