ମା ସୁରେଶ୍ୱରୀଙ୍କ ଚଣ୍ଡୀଯଜ୍ଞ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ସୁରେଶ୍ଵରୀ ମନ୍ଦିରରେ ଗତ ମହାଳୟା ଠାରୁ ଦଶ ଦିନ ଯାଏ ପାଳନ ହେଉଥିବା ଶାରଦୀୟ ନବ ଦିନାତ୍ମକ ଦୂର୍ଗୋତ୍ସବ ମା ସୁରେଶ୍ୱରୀଙ୍କ ଚଣ୍ଡୀ ଯଜ୍ଞ ପୁନଶ୍ଚରଣ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ଓ ନିର୍ବିଘ୍ନରେ ମା’ଙ୍କ ଏହି ଯଜ୍ଞ ସମାପନ ହୋଇ ଥିବାରୁ ଏଥିରେ ସମ୍ପୃକ୍ତ ଥିବା ସ୍ୱଚ୍ଛ ଭାରତ, ପ୍ରଜାପିତା ବ୍ରହ୍ମ କୁମାରୀ, ପୌର ପରିଷଦ ଓ ବିଭିନ୍ନ ସାମାଜିକ ସଂଗଠନ, ମାଲେଶ୍ରୀ ଭଜନ କଳାକାର, ଏବଂ ଯଜ୍ଞ ପାଇଁ ବରଣ ହୋଇଥିବା ପୁରୀ ଶ୍ରୀକ୍ଷେତ୍ର ଓ ସ୍ଥାନୀୟ ବ୍ରlହ୍ମଣ ମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଆଗାମୀ ଦିନ ମାନଙ୍କରେ ମା ସୁରେଶ୍ୱରୀଙ୍କ  ସମର୍ପିତ ସେବା ପାଇଁ ଆହ୍ୱାନ ଦିଆଯାଇଛି। ଏବଂ ମା ସୁରେଶ୍ୱରୀଙ୍କ ମହିମାର ପ୍ରଚାର ପ୍ରସାର କରିବାକୁ ଓ ମା ସୁରେଶ୍ୱରୀ ମନ୍ଦିରରେ ଥିବା ଗଙ୍ଗା ପଖୋରୀର ସୋନ୍ଦର୍ଯ୍ୟକରଣ ପାଇଁ ଯତ୍ନବାନ ହୋଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ  ପ୍ରଶାସନ ଓ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ନିବେଦନ  କରାଯାଇଛି। କାରଣ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠର ଉନ୍ନତି ହେଲେ ସହର ତଥା ସମଗ୍ର ଜିଲ୍ଲାର ମଙ୍ଗଳ ହେବ ଓ ଦ୍ରୁତ ବିକାଶ ହେବା ନେଇ ମତ ପ୍ରକାଶ ପାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.