ଜୁନାଗଡ଼ ଦୁର୍ଗାପୂଜାର ଭଷାଣୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମାରୱାଡ଼ି ପଡ଼ା ଦୁର୍ଗାପୂଜା ମଙ୍ଗଳବାର ପୂର୍ଣ୍ଣାହୁତି ପଡିବା ପରେ ଗତକାଲି ବୁଧବାର ଧୁମଧାମରେ ସ୍ଥାନୀୟ କସ୍ତୁରୀବନ୍ଧ ଠାରେ ରାତି ୧୨ ଘଣ୍ଟା ସମୟରେ ମୂର୍ତ୍ତି ମାନଙ୍କ ଭଷାଣି ଅନୁଷ୍ଠିତ ହୋଇଯାଛି। ଅପରାହ୍ନ ୫ ଘଣ୍ଟା ସମୟରେ ମଣ୍ଡପରୁ ମା ଦୁର୍ଗାଙ୍କ ମୂର୍ତ୍ତି ସମେତ ଲକ୍ଷ୍ମୀ, ସରସ୍ଵତୀ, ଗଣେଶ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ଗୁଡିକୁ ଏକ ସୁସଜ୍ଜିତ ଗାଡ଼ିରେ ଭବ୍ୟ ପଟୁଆରରେ ନେଇ ଜୁନାଗଡ଼ ଟାଉନର ବିଭିନ୍ନ ଛକ ଠାରେ ନଗର ପରିକ୍ରମା କରିଥିଲେ । ନାଗପୁର ଢ଼ୋଲ୍ ଓ ଘଣ୍ଟ ଦଳ ବାଦ୍ୟାରେ ପୂଜା କମିଟି ସଭାପତି ଶଙ୍କର ଅଗ୍ରୱାଲ ଏବଂ କମିଟିର ସଦସ୍ୟ ରାଜେଶ ଅଗ୍ରୱାଲ ଓ ଅଶୋକ ଅଗ୍ରୱାଲ ନେତୃତ୍ବରେ କମିଟିର ସମସ୍ତ ସଦସ୍ୟ ଓ ଶହଶହ ସଂଖ୍ୟାରେ ଜନ ସାଧାରଣ ପଟୁଆରରେ ସାମିଲ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ । ବାଣ ଓ ରୋଷଣୀରେ ଜୁନାଗଡ଼ ଟାଉନ ପ୍ରକମ୍ପିତ ହୋଇ ଉଠିଥିଲା। ଜୁନାଗଡ଼ ନଗର ସାରା ଶ୍ରଦ୍ଧାଳୁ ଭକ୍ତଙ୍କୁ ଅବିର ରଙ୍ଗ ଲଗେଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦/୧୦ ଶୁକ୍ରବାର ଠାରୁ ବିଜୟା ଦଶମୀ ୨୪/୧୦ ଯାଏଁ ଜୁନାଗଡ଼ ମାରୱାଡ଼ି ପଡ଼ା ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ ନ.ଏ.ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ମଧ୍ୟ କମିଟିର ସଦସ୍ୟ ଭାବେ ଉପସ୍ଥିତ ଥିଲେ। ଏଥିରେ ପୂଜା କର୍ତ୍ତା ଭାବରେ ସୀମା ଅଗ୍ରୱାଲ ଓ ଶଙ୍କର ଅଗ୍ରୱାଲ ଦମ୍ପତି ଦାଇତ୍ଵ ନିର୍ବାହନ କରିଥିଲେ । ପୂଜାରେ ସନ୍ତୋଷ ସିଂହଳ, ସୁଖ୍ୱାଇଣ୍ଡର ସିଂହ, ବିନୋଦ ଅଗ୍ରୱାଲ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ କମିଟିର ସମେତ ମିଳନ ଅଗ୍ରୱାଲ, ଅମନ୍ ଅଗ୍ରୱାଲ, ମନିଷ ଅଗ୍ରୱାଲ, ଆୟୁସ ଅଗ୍ରୱାଲ, ସ୍ଵୟଂ ଅଗ୍ରୱାଲ, ଯୋଗେଶ ଖେମକା, ଅଙ୍କିତ ଶର୍ମା, ମୋହିତ ଅଗ୍ରୱାଲ, ବିବେକ ଶର୍ମା ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ପାଞ୍ଚଦିନ ଧରି ଶୃଙ୍ଖଳିତ ଭାବରେ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.