ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ପକ୍ଷରୁ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶଶାଙ୍କ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ପକ୍ଷରୁ ପୁଷ୍ପଗୁଛ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ପି. ତିରୁପତି ପାତ୍ର, ସହ ସମ୍ପାଦକ ତୁଳସୀ ରାମ ପ୍ରଧାନୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ଦିଲୀପ ହରିଜନ, ମଲୟ ବେନୁଆ, ଦିଲୀପ ପଟ୍ଟନାୟକ, ମନୋଜ ଦୋରା, ଦେବାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ଓ ସମ୍ବର୍ଦ୍ଧନା କରିଛନ୍ତି। ପୂର୍ବରୁ କାର୍ଯ୍ୟରତ ଥିବା ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିକୁ ବଦଳି ହୋଇଥିବା ବେଳେ ନୂତନ ବିଡ଼ିଓଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ଦାୟିତ୍ଵରେ ରହିଥିବା ଶ୍ରୀ ପାତ୍ର ବୁଧବାର ଲାଞ୍ଜିଗଡ଼ ବ୍ଳକରେ ଯୋଗଦାନ କରିଛନ୍ତି । ଯାହାଫଳରେ ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ନବାଗତ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଲାଞ୍ଜିଗଡ଼ ବ୍ଳକର ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଯେଭଳି ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ପାରିବ । ଯାଦ୍ବାରା ପ୍ରକୃତ ଗରିବ ହିତାଧିକାରୀ ମାନେ ଉପକୃତ ହୋଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ ଦାୟିତ୍ଵ ଗ୍ରହଣ କରିଥିବା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.