କଳାହାଣ୍ଡି-ବଲାଙ୍ଗୀର ପଣ୍ଡରା ସମାଜ କଲ୍ୟାଣ ମଣ୍ଡପ ଭୂମି ପୂଜନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୋରିଙ୍ଗପଦର ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ସମ୍ମୁଖରେ କଳାହାଣ୍ଡି-ବଲାଙ୍ଗୀର ପଣ୍ଡରା ସମାଜ ପାଇଁ ଏକ କଲ୍ୟାଣ ମଣ୍ଡପର ଭୂମି ପୂଜନ କଳାହାଣ୍ଡି ପଣ୍ଡରା ସମାଜର ସଭାପତି ଦୟାସାଗର ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ପ୍ରତିନିଧି ମନୋଜ ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡରା ସମାଜର ପୂର୍ବତନ ସଭାପତି ରାଧାକାନ୍ତ ସାହା, ହଳଧର ସାହା, ଉପସଭାପତି ଚକାମନ ବିଶି, ଯୋଗେନ୍ଦ୍ର ଭୋଇ, ସମ୍ପାଦକ ପୂରୁନ୍ଦର ଭୋଇ ମଞ୍ଚାସୀନ ଥିଲେ। ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ୍ତ ନାଏକଙ୍କ ପ୍ରତିନିଧି ମନୋଜ ସାହୁ କଲ୍ୟାଣ ମଣ୍ଡପ ପାଇଁ ସମସ୍ତ ଖର୍ଚ୍ଚ ବହନର ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉ କି, ସଭାପତି ଦୟାସାଗର ସାହା ମାଆ ଲକ୍ଷ୍ମୀବତୀ ସାହା, ନେତ୍ରବତୀ ସାହା ଓ ବାପା ଜନ୍ମଜୟ ସାହାଙ୍କ ସ୍ମୃତିରେ ୮ ଡ଼ିସିମିଲ ଜମି ପଣ୍ଡରା ସମାଜକୁ ଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାହା, ଉପେନ୍ଦ୍ର ଭୋଇ, କିରଟି ବିଶି, ପୁରୋହିତ ମହଲା, ଉତ୍ତର କୁମାର ମହଲା, ଲମ୍ବୋଦର ସାହା, ଦୁର୍ବାଦଳ ବିଶି, ହେମରାଜ ସାହା, ଗିରିଧାରୀ ଭୋଇ, ବିଶ୍ଵମ୍ଭର ମହଲା, ସନ୍ତୋଷ ବିଶି, ଗୋଲକ ଚନ୍ଦ୍ର ବିଶି, ସରୋଜ ସାହା, କାମପାଳ ସାହା ତଥା ଗ୍ରାମ୍ୟକମିଟି, କେନ୍ଦ୍ର କମିଟି ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଯୋଗେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.