ନର୍ଲା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା: ଭବ୍ୟ ମଣ୍ଡପରେ ପୂଜିତ ହେବେ ଐଶ୍ୱର୍ଯ୍ୟର ଦେବୀ

କଳସ ମୁଣ୍ଡେଇଲେ ୩୦୦ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ଭକ୍ତ

ଶନିବାର ଠାରୁ ଆରମ୍ଭ ହେବ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ନର୍ଲା ବସଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଛି । ଲକ୍ଷ୍ମୀପୂଜା ନିମନ୍ତେ ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ସର୍ଗିଗୁଡା ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜକ ପଣ୍ଡିତଙ୍କ କଳସ ଶୁଦ୍ଧି କରଣ, କର୍ତ୍ତ। ଦମ୍ପତି ଶୁଦ୍ଧି କରଣ, ଦେବୀ ଆହ୍ୱାନ, ଦୀପ ସମର୍ପଣ, ଅର୍ଘ୍ୟ ଅର୍ପଣ ପ୍ରଭୃତି ପୂଜନ ବିଧି ସମାପନ ପରେ କଳସୀରେ ଜଳ ନେଇ ପୂଜା ମଣ୍ଡପକୁ ଆସିଥିଲେ କଳସ ଯାତ୍ରୀ ଶ୍ରଦ୍ଧାଳୁ ଭକ୍ତ ଗଣ । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ସଂକୀର୍ତ୍ତନ ମଣ୍ଡଳୀ ଓ ବ୍ୟାଣ୍ଡ ବାଜା ସହ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ୩୦୦ ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ଭକ୍ତ କଳସ ମୁଣ୍ଡେଇ ପୂଜା ମଣ୍ଡପକୁ ଆସିଥିଲେ । ଏହାପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଶନିବାର ସକାଳୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଭବ୍ୟ ମଣ୍ଡପ ପ୍ରସ୍ତୁତ ହୋଇ ରହିଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ଧରି ଅଞ୍ଚଳବାସୀ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରାସାଦର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ରୁପ୍ରାରୋଡର ଯୁବ ଉଦ୍ୟୋକ୍ତା ସୁମିତ କୁମାର ଅଗ୍ରୱାଲ(ସଣ୍ଟୁ), ନର୍ଲାରୋଡ ର ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ, ନର୍ଲାରୋଡ ଦୁର୍ଗାପୂଜା ସଭାପତି ତଥା ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ତନୁଜା ହରପାଲ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.