ଜଙ୍ଗଲ ଜମି ଅଧିକାର ଆଇନରେ ଜମିପଟ୍ଟା ଓ ମୌଳିକ ସୁବିଧା ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସିପିଆଇ (ଏମଏଲ) ପକ୍ଷରୁ ନର୍ଲା ଠାରେ ଏକ ବିଶାଳ ଶୋଭାଯାତ୍ରା ସହ ତହସିଲ କାର୍ଯ୍ୟାଳୟ ଓ ବ୍ଲକ ଅଫିସ୍ ଘେରାଉ କରାଯାଇଛି । କଳାହାଣ୍ଡି ଜିଲ୍ଲା ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ବେହେରାପାଟି ଗ୍ରାମ ଛକରୁ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ନାରାବାଜୀ କରି ପ୍ରଥମେ ତହସିଲ ଅଫିସ୍ ଘେରାଉ କରି ତହସିଲଦାରଙ୍କୁ ଦାବୀପତ୍ର ଦେବାପରେ ବ୍ଲକରେ ପହଞ୍ଚି ନର୍ଲା ବିଡ଼ିଓ ଦାଇତ୍ୱ ରେ ଥିବା ଏବିଡିଓ ଦେବେନ୍ଦ୍ର ସାମଲଙ୍କୁ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ନର୍ଲା ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛି ସିପିଆଇଏମ୍ଏଲ୍ ର ଜାଗ୍ରତ ସମିତି ଏବଂ ଚେତନା ନାରୀ ଜାଗରଣ ମଞ୍ଚ । ନର୍ଲା ବ୍ଲକ୍ ଅଞ୍ଚଳରେ ଦୀର୍ଘ ଦିନରୁ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରିବା, ଆଦିବାସୀ ପଦରବାସୀ ମାନଙ୍କ ମୌଳିକ ସୁବିଧା ପାନୀୟ ଜଳ, ପିଲାଙ୍କ ପାଠପଢା ପାଇଁ ବିଦ୍ୟାଳୟ, ରହିବା ପାଇଁ ଆବାସ ଯୋଜନାରେ ଘର, ଜୀବନ ଜୀବିକା ପାଇଁ କର୍ମନିୟୋଜନ ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦୀର୍ଘ ୧୭ ବର୍ଷ ହେଲା ଆସିବାସୀ, ଜଙ୍ଗଲବାସୀ, ପଦରବାସୀଙ୍କ ପାଇଁ ସିପିଆଇଏମଏଲ ଦାବୀ କରି ଆସୁଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଏମାନେ ଅଭିଯୋଗ କରି ଆଜି ନର୍ଲା ତହସିଲ ଓ ବ୍ଲକ ଅଫିସ ଘେରାଉ କରିବା ସହ ତହସିଲଦାର ଓ ବିଡିଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଅପରିହାର୍ଯ୍ୟ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ବିଫଳ ରହିଛନ୍ତି କହି ସିପିଆଇଏମଏଲ ସରକାରଙ୍କୁ ଟାର୍ଗେଟ କରିବା ସହ ଯଦି ସେମାନଙ୍କ ଦାବୀ ସରକାର ନିର୍ବାଚନ ପୂର୍ବରୁ ପୁରଣ ନକରନ୍ତି ତାହେଲେ ଆଗାମୀ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ସିପିଆଇଏମଏଲ । ନର୍ଲା ବ୍ଲକ୍ ଅଞ୍ଚଳର ସମସ୍ତ ପଦର ଲିମୁରସିଙ୍ଗା, ସିନାପଦର, ଟୁଟୁଙ୍ଗଝୁଲା, ମୁଡିଙ୍ଗପଦର, ତିଲେଇମାଳ ପ୍ରଭୃତିକୁ ପକ୍କାରାସ୍ତା ନିର୍ମାଣ କରାଯାଉ ବୋଲି ମଧ୍ୟ ସିପିଆଇ(ଏମଏଲ) ପକ୍ଷରୁ ଦାବୀ କରାଯାଇଛି । ଯଦି ସରକାରଙ୍କ ତରଫରୁ ଏସବୁ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତାହେଲେ ସରକାର ଓ ପ୍ରଶାସନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଆନ୍ଦୋଳନକାରୀଙ୍କ ତରଫରୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ସିପିଆଇଏମ୍ଏଲ୍ ର ଜିଲ୍ଲା ସାଧାରଣ ସଂପାଦକ କେଶବ ପଧାନଙ୍କ ନେତୃତ୍ୱରେ ସହ ସଂପାଦକ ଦୟା ସାଗର ନାଏକ, ବରିଷ୍ଠ ନେତା ଯୁଧିଷ୍ଠିର ସା, ବଲମ ଧରୁଆ, ପଦ୍ମନ ଦୋରା,ନର୍ଲା ବ୍ଲକ ସମ୍ପାଦକ ଫକୀର ଚରଣ କଣ୍ଡାଦୋରା, ଜୁନାଗଡ ବ୍ଲକ ସମ୍ପାଦକ ବିପିନ ନାଏକ, ଜୁନାଗଡ ବ୍ଲକ ସମ୍ପାଦକ କମ୍ରେଡ ଚନ୍ଦ୍ର ହରିଜନ, ମ.ରାମପୁର ବ୍ଲକ ସମ୍ପାଦକ କମ୍ରେଡ ଲଛମନ ଧରୁଆ, ଧନୁର୍ଯ୍ୟ ଗଉଡ, କୌଶଲ ମାଝୀ, ପିଲି ମାଝୀ, କମ୍ରେଡ ଆନନ୍ଦ ପୁଟା, କମ୍ରେଡ ତୁସା ମାଝୀ, ଖଡିରାମ ଧରୁଆ, ନର୍ଲା ବ୍ଲକ୍ ସଭାପତି ଚେତନା ନାରୀ ଜାଗରଣ ମଞ୍ଚର ସୁକାନ୍ତୀ ପଧାନ, ମଦନା ପାତ୍ର, ସୁମିତ୍ରା ପୁଝାରୀ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)