ରାମ ମନ୍ଦିର ଉଦଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ସାମିଲକୁ ଜାମିୟତର ବିରୋଧ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦେବାର ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ସମ୍ପର୍କରେ ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିୟତ ଉଲେମା-ଇ-ହିନ୍ଦର ମୁଖ୍ୟ ମୌଲାନା ମହମୁଦ ଆସାଦ ମଦାନୀ ଏକ ବିବୃତ୍ତି ଜାରି କରି ଏହାର ବିରୋଧ କରିଛନ୍ତି । ସେ ଖୋଲାଖୋଲି ଭାବେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ କୌଣସି ମନ୍ଦିର କିମ୍ବା କୌଣସି ମସଜିଦର ପ୍ରତିଷ୍ଠା କିମ୍ବା ଆଧାରଶୀଳା ରଖିବା ପାଇଁ ଯିବା ଉଚିତ ନୁହେଁ ।

ମୌଲାନା କହିଛନ୍ତି, “କୁହାଯାଉଛି ଯେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ କରାଯାଉଛି ଏବଂ ଆମର ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ଏହାର ଆଧାରଶୀଳା ରଖିବେ । ଏଠାରେ ଦୁଇଟି କଥା କହିବାକୁ ଚାହୁଁଛି, ସର୍ବପ୍ରଥମେ, ଅଯୋଧ୍ୟା ଉପରେ କୋର୍ଟଙ୍କ ଯାହା ନିଷ୍ପତ୍ତି ରହିଛି ତାହା ସଠିକ ବୋଲି ମୁଁ ଗ୍ରହଣ କରୁନାହିଁ । ମୁଁ ବିଶ୍ୱାସ କରେଯେ, ସେହି ନିଷ୍ପତ୍ତି ଭୁଲ ପରିବେଶରେ, ଭୁଲ ଉପାୟରେ, ଭୁଲ କାରଣରୁ ନିଆଯାଇଛି ।

ସେ କହିଛନ୍ତି, ଦ୍ୱିତୀୟ କଥା ହେଉଛି ଯେ, ‘ଦେଶର ପ୍ରଧାନମନ୍ତ୍ରୀ କୌଣସି ମନ୍ଦିର କିମ୍ବା ମସଜିଦର ପ୍ରତିଷ୍ଠା କରିବା ବା ଆଧାରଶୀଳା ରଖିବାକୁ ଯିବା କଥାନୁହେଁ । ଆପଣ ନିଜକୁ ଏଥିରୁ ପିଏମ ନିଜକ ଦୂରେଇ ରଖିବା ଉଚିତ ସେ କହିଛନ୍ତି । ଏହା ହେଉଛି ଧର୍ମର ବିଷୟ । ମୁଁ ଜାମିଆତର ଲୋକଙ୍କୁ କହିବାକୁ ଚାହେଁ ଯେ ଯଦି ସେ ଏପରି କାର୍ଯ୍ୟକ୍ରମରେ କୌଣସି ପ୍ରକାରେ ଅଂଶଗ୍ରହଣ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.