ମା’ ସୁନାମୁଖିଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି

ଦେବୀଙ୍କ ପ୍ରତି ଜନସାଧାରଣଙ୍କ ରହିଛି ପ୍ରଗାଢ଼ ବିଶ୍ବାସ 

ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତା କଳାହାଣ୍ଡିରେ ଅନେକ ମନୋରମ ସ୍ଥାନ ରହିଛି। ସେଥି ମଧ୍ୟରୁ ସୁନାମୁଖି ଶାନ୍ତିବନ ଅନ୍ୟତମ। ଦ୍ବାପର ଯୁଗର ଦେବୀ ସୁନାମୁଖିଙ୍କ ନାମାନୁସାରେ ନାମିତ ହୋଇଛି ଏହି ଉପବନ। ଏଠାରେ ପୂଜିତ ଦେବୀ ସୁନାମୁଖି ସମସ୍ତଙ୍କ ମନୋକାମନା ପୂର୍ଣ୍ଣ କରୁଥିବାରୁ ତାଙ୍କ ପାଖକୁ ଛୁଟୁଛି ଭକ୍ତଙ୍କ ସୂଅ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ମହଗାଁ ନିକଟରେ ରହିଛି ସୁନାମୁଖି ଶାନ୍ତିବନ। କେସିଙ୍ଗା ଓ ନର୍ଲା ବ୍ଲକର ସୀମାନ୍ତବର୍ତ୍ତି ସ୍ଥାନରେ ଥିବା ସୁନାମୁଖି ଶାନ୍ତିବନର ପୂର୍ବ ଗୈାରବ ବଢିପାରିଛି ମହଗାଁବାସୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ। ଅଞ୍ଚଳର ଏକ ପ୍ରତ୍ୟକ୍ଷ ଦେବୀ ମାଆ ସୁନାମୁଖିଙ୍କ ଦର୍ଶନ ପାଇଁ ଦିନକୁଦିନ ଭକ୍ତଙ୍କ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ସପ୍ତାହର ମଙ୍ଗଳବାର ଓ ଶନିବାର ଦୁଇଦିନ ସ୍ଥାନୀୟ ଅଞ୍ଚଳ ସମେତ ନର୍ଲା, କେସିଙ୍ଗା, ଭବାନୀପାଟଣା, କର୍ଲାମୁଣ୍ଡା ବ୍ଲକ ଆଦି ଅଞ୍ଚଳରୁ ପ୍ରଗାଢ ବିଶ୍ୱାସ ନେଇ ଶହଶହ ଭକ୍ତମାନେ ଦେବୀଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି। ଏଠାକାର ପ୍ରାକୃତିକ ପରିବେଶ, ସୁଉଚ୍ଚ ପର୍ବତ ଶ୍ରେଣୀ ପର୍ଯ୍ୟଟକଙ୍କ ମନ ହରଣ କରି ନେଉଛି। ଏଠାରେ ଦେବୀଙ୍କୁ ଦର୍ଶନ କଲା ପରେ ମନ ମଧ୍ୟରେ ଅପୂର୍ବ ପୂଳକ ଜାତ ହେଉଥିବା ପ୍ରକାଶ କରିଛନ୍ତି ଅନେକ ଶ୍ରଦ୍ଧାଳୁ। ଏପଟେ ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ବାରମ୍ବାର ଦାବି ହୋଇ ଆସୁଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ। ତେବେ ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଆସିଥିବା ସୁନାମୁଖି ଶାନ୍ତିବନକୁ ଯଦି ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରନ୍ତେ ତେବେ ଏହା କଳାହାଣ୍ଡିର ଆଉ ଏକ ରମଣୀୟ ସ୍ଥାନ ହୋଇ ପାରନ୍ତା। ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନର ଆନ୍ତରିକତା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.