ନର୍ଲାରୋଡ ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧା ସଳଖ ରେଳ ଚଳାଚଳ ଦାବୀ

ଆଗକୁ ହୋଇପାରେ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦେଇ ରାଜଧାନୀ ଭୁବନେଶ୍ୱର ଯାଏଁ ସିଧା ଟ୍ରେନ ଚଳାଚଳ ପାଇଁ ନର୍ଲା ଯାତ୍ରୀ ସୁରକ୍ଷା ସଙ୍ଘ ତରଫରୁ ଏବେ ଦାବୀ ଯୋର ଧରୁଛି । ଏନେଇ ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବରେ ଦିଆଯାଉଥିଲେ ମଧ୍ୟ ରେଳ ବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣିଛନ୍ତି ନର୍ଲା ରେଳଯାତ୍ରୀ ସୁରକ୍ଷା ସଂଘ। କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ଯଦି ନର୍ଲା ଅଂଚଳବାସୀଙ୍କ ଅସୁବିଧା ପ୍ରତି ଗୁରୁତ୍ୱ ନଦିଏ ତାହେଲେ ଆଗାମୀ ଦିନରେ ସଂଘ ଏଥିପାଇଁ ବଡ ଧରଣର ଆନ୍ଦୋଳନ କରିପାରେ ବୋଲି ସଂଘର ବରିଷ୍ଠ ସଦସ୍ୟ ହମେଶ ଜୈନ ମତବ୍ୟକ୍ତ କରିଛନ୍ତି । ପ୍ରତିଦିନ ନର୍ଲା ଅଞ୍ଚଳରୁ ଶହ ଶହ ଲୋକ ବିଭିନ୍ନ କାମ ନେଇ ରାଜଧାନୀ ଭୁବନେଶ୍ୱରକୁ ଯାଇଥାନ୍ତି । ହେଲେ ଏଠାରୁ ସିଧା ଭୁବନେଶ୍ୱର ଯିବା ପାଇଁ ଟ୍ରେନ ସୁବିଧା ନଥିବାରୁ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ସରକାରୀ ଓ ବେସରକାରୀ ବସ ସେବାହିଁ ଲୋକଙ୍କ ପାଇଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ରହିଛି । ଲୋକେ ଭୁନେଶ୍ୱର ସୋମ, କିମ୍ବା ଏମ୍ସ ଡାକ୍ତରଖାନା ରୋଗୀ ନେଇ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ନର୍ଲାରୋଡ ରେଳ ଷ୍ଟେସନର ଉତ୍ତର ପଟେ ଟିଟିଲାଗଡ ଜଙ୍ଗସନ ଷ୍ଟେସନ ୪୦ କି.ମି ବ୍ୟବଧାନରେ ରହିଥିବା ବେଳେ ଦକ୍ଷିଣରେ ରାୟଗଡା ଜଙ୍ଗସନ ୧୦୪ କି.ମି ବ୍ୟବଧାନରେ ରହିଛି । ଅନ୍ୟପକ୍ଷେ କେନ୍ଦ୍ର ସରକାର ଜିଲ୍ଲା ସଦର ମହକୁମା ଭବାନୀପାଟଣା ରୁ ଭୁବନେଶ୍ୱର ଯାଏଁ ଲାଞ୍ଜିଗଡରୋଡ ରାୟଗଡା ଦେଇ ଜୁନାଗଡ- ଭୁବନେଶ୍ୱର ଇଣ୍ଟର ସିଟି ଟ୍ରେନ (ନଂ- ୨୦୮୩୮) ଚଳାଇଛନ୍ତି ଯାହାକି ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନକୁ ଛୁଇଁ ପାରୁନି । ଫଳରେ ଏଠାକାର ଲୋକ ଅନେକ କଷ୍ଟ ସ୍ୱିକାର କରି ଭବାନୀପାଟଣା କିମ୍ବା ଲାଞ୍ଜିଗଡରୋଡକୁ ଗାଡି ଭଡାକରି ୧୦୦୦/୧୫୦୦ ଟଙ୍କା ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି । ଉକ୍ତ ଟ୍ରେନଟି ଭବାନୀପାଟନାରୁ ସଂଧ୍ୟା ୫.୫୫ ରେ ଭୁବନେଶ୍ୱର ଅଭିମୁଖେ ଛାଡିଥାଏ । ଏହାବାଦ ଜଗଦଲପୁର -ଭୁବନେଶ୍ୱର ଇଣ୍ଟରସିଟି ଓ ଭବାନୀପାଟଣା- ଭୁବନେଶ୍ୱର ଇଣ୍ଟରସିଟି ରାୟଗଡା ଦେଇ ଆଗପଚ ହୋଇ ପ୍ରତିଦିନ ଚାଲୁଛି । ଗୋଟିଏ ଅଞ୍ଚଲ ପାଇଁ ଭୁବନେଶ୍ୱର ୍‌ିବାକୁ ଦୁଇ ଦୁଇଟି ଟ୍ରେନ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରୋ ପାଇଁ ଭୁବନେଶ୍ୱର ଜିବାକୁ ଡାଇରେକ୍ଟ ଟ୍ରେନ ନାହଁ । ସେହିଭଳି ଉକ୍ତ ଟ୍ରେନରେ ଯଦି ଟିକେଟ ନମିଳିଲା । ଅନ୍ୟ ଟ୍ରେନ ଯୋଗେ ଯଦି ଯିବାକୁ ପଡିଲା ତେବେ ଟିଟିଲାଗଡ ଜଂ-ରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନ ଧରିବାକୁ ପଡିଥାଏ । ଯାହା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଯାତ୍ରୀ ଯଦି ନିଜସ୍ୱ ବ୍ୟବସ୍ଥାରେ ଟିଟିଲାଗଡକୁ ଯାଆନ୍ତି ତେବେ ତାହା ପୁଣି ୧୫୦୦/୨୦୦୦ ଟଙ୍କା ଖର୍ଚ୍ଚାନ୍ତ ହୋଇତାନ୍ତି । ଅନ୍ୟପକ୍ଷେ ଟିଟିଲାଗଡରୁ ଭୁବନେଶ୍ୱର ଯାଏଁ ରିଜର୍ଭେସନ ବର୍ଥ ଟିକେଟ ୩୦୦ ରୁ ୩୩୦ ଟଙ୍କା ମଧ୍ୟରେ ପଡୁଥିବା ବେଳେ ନର୍ଲାରୁ ଟିଟିଲାଗଡ ଯାଏଁ ବ୍ୟକ୍ତିଗତ ଗାଡି ଭଡା ୨୦୦୦ ଟଙ୍କା ପଡୁଛି । ଯାହାକି ସାଧାରଣ ଯାତ୍ରୀଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟ ଦାୟକ । ଟିଟିଲାଗଡରୁ ଭୁବନେଶ୍ୱର ଯିବାପାଇଁ ଟ୍ରେନ ଗୁଡିକ ରାତି ୮ ପରେ ରହୁଥିବାରୁ ନର୍ଲାରୋଡ କିମ୍ବା ରୁପ୍ରାରୋଡ ଷ୍ଟେସନରୁ ଉକ୍ତ ଟ୍ରେନକୁ କ୍ୟାଚ କରିବା ପାଇଁ ଅପରାହ୍ନ ୩ ରେ ଶେଷ ଟ୍ରେନ ରହିଛି । ଯେଉଁଥିରେ ଗଲେ ରାତି ୮ ଯାଏଁ ୫ ଘଣ୍ଟା ଟିଟିଲାଗଡ ଷ୍ଟସନରେ ମଶା ଗହଣରେ ସମୟ ଅତିବାହିତ କରି ଯାତ୍ରୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେବାକୁ ପଡୁଛି । କରୋନା ପୂର୍ବରୁ ରାୟଗଡା- ସମ୍ବଲପୁର ଇଣ୍ଟରସିଟି ଟ୍ରେନ (୧୮୩୦୨) ରେ ରାୟଗଡା ଠାରୁ ଭୁବନେଶ୍ୱର ପାଇଁ ଏକ ସ୍ୱତନ୍ତ୍ର କୋଚ ଦିଆଯାଇଥିଲା । ଯାହା ପରବର୍ତ୍ତି ସମୟରେ ବନ୍ଦ କରିଦେଲା ରେଳବାଇ ବିଭାଗ । ଏହାର ବହୁତ ବର୍ଷ ପୂର୍ବରୁ ସକାଳ ୬.୩୦ ସମୟରେ ହୀରାଖଣ୍ଡ ଏକ୍ସପ୍ରେସ ରାଉରକେଲାରୁ- ଭୁବନେଶ୍ୱର ନର୍ଲାରୋଡ ଦେଇ ଡାଇରେକ୍ଟ ଭୁବନେଶ୍ୱର ଯାଉଥିଲା । ଲୋକେ ଘର ମୁହଁରୁ ଚଢିି ଘର ମୁହଁରେ ଓହ୍ଲାଉଥିଲେ । ତାହା ମଧ୍ୟ କେନ୍ଦ୍ର ରେଳବାଇ ବିବାଗ ବନ୍ଦ କରିଦେଲା । ଏବେ ନର୍ଲାରୋଡରୁ ଭୁବନେଶ୍ୱର ପାଇଁ ଡାଇରେକ୍ଟ ଟ୍ରେନ ନାହିଁ । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରେଳବାଇ ବିଭାଗ ନର୍ଲା ଅଞ୍ଚଳର ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଜୁନାଗଡ- ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ (୨୦୮୩୮) କୁ କଳାହାଣ୍ଡି ଲାଞ୍ଜିଗଡ ଜଙ୍ଗସନରୁ ରାୟଗଡା ପରିବର୍ତ୍ତେ ନର୍ଲାରୋଡ ଦେଇ ଚଳେଇବା ଏବଂ ଟ୍ରେନ ନଂ- ୧୨୯୯୩ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ, ଟ୍ରେନ ନଂ-୧୮୪୨୬ ଦୁର୍ଗ-ପୁରି ଏକ୍ସପ୍ରେସକୁ ରାୟଗଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପାଇଁ ଦାବୀ ହେଉଛି । ଫଳରେ ନର୍ଲା ଅଞ୍ଚଳବାସୀ ରାଜଦାନୀ ଭୁବନେଶ୍ୱର ଯିବାପାଇଁ ନର୍ଲାରୋଡରୁ ସିଧାସଳଖ ଟ୍ରେନ ସୁବିଧା ପାଇପାରିବେ ବୋଲି ନର୍ଲା ଯାତ୍ରୀ ସୁରକ୍ଷା ସଂଘର ସଭାପତି ପ୍ରଦୀପ କୁମାର ନାଏକ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.