ମୁମ୍ବାଇ ରାସ୍ତାରୁ ହଟିଯିବ କଳା-ହଳଦିଆ ଟ୍ୟାକ୍ସି

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ । ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି । ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା । ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କାଲା -ହଳଦିଆ(କାଲି-ପିଲି) କୁହାଯାଇଥାଏ । ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା ପ୍ରଦାନ କରିପାରିବ ନାହିଁ । ଏହାକୁ ପରିବହନ ବିଭାଗ ହଟାଇବାକୁ ନିଷ୍ପତ୍ତିି ନେଇଛନ୍ତି । ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ । ସୋମବାର ଅର୍ଥାତ ଅକ୍ଟୋବର ୩୦ରୁ ଏହି କଳା-ହଳଦିଆ ଟ୍ୟାକ୍ସି ସେବା ପାଇପାରିବେ ନାହିଁ ଲୋକେ । ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ । ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ୨୦୦୩ ଅକ୍ଟୋବର ୨୯ ତାରିଖରେ ପ୍ରିମିୟର ପଦ୍ମିନୀ ମୁମ୍ବାଇର ତାରଡେଓ ଆରଟିଓରେ କଳା-ହଳଦିଆ ଟ୍ୟାକ୍ସି ଭାବରେ ପଞ୍ଜୀକୃତ ହୋଇଥିଲା । ସହରରେ କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ, ମୁମ୍ବାଇରେ ସୋମବାର ଠାରୁ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ରହିବ ନାହିଁ । ମୁମ୍ବାଇରେ ବର୍ତ୍ତମାନ ୪୦ ହଜାରରୁ ଅଧିକ କଳା-ହଳଦିଆ କ୍ୟାବ ଅଛି । ଯଦିଓ ୯୦ ଦଶକର ଶେଷ ଭାଗରେ ଏହାର ସଂଖ୍ୟା ପ୍ରାୟ ୬୩ ହଜାର ଥିଲା । ଅନ୍ୟପଟେ ନୂତନ ପିଢୀର ଲୋକମାନେ ଏଥିରେ ବସିବା ପାଇଁ ପସନ୍ଦ କରୁ ନାହାନ୍ତି । ସେମାନେ ନୂଆ ନୂଆ ଟେକ୍ କାରରେ ବସିବା ପାଇଁ ଆଗ୍ରହ ଦେଖାଉଛନ୍ତିି । ଏହାବ୍ୟତୀତ ବଢୁଥିବା ପ୍ରଦୂଷଣକୁ ଦେଖି ୨୦ ବର୍ଷ ପୁରୁଣା ଯାନ ଉପରେ ପ୍ରତିବନ୍ଧିତ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହିକାରଣରୁ ରାସ୍ତାରୁ ଏହି କାର ବାହାର କରିବା ପାଇଁ ସ୍ଥିର କରାଯାଇଛି । ସେପଟେ ମୁମ୍ବାଇର କିଛି ଲୋକେ ଅତିକମ୍‌?ରେ ଗୋଟିଏ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସିକୁ ସଂଗ୍ରହାଳୟରେ ସଂରକ୍ଷିତ ରଖିବା ପାଇଁ ଦାବି କରିଛନ୍ତି ।କମ୍ପାନୀ ଏହି କାରକୁ ୧୯୬୪ ମସିହାରେ ସରକାରୀ ଘୋଷଣା ଅନୁଯାୟୀ ୧୧୦୦ ଡିଲାଇଟ୍‌ ଙ୍କ ନାଁ ରେ ମାର୍କେଟରେ ଉପଲବ୍ଧ କରାଇଥିଲା । ଏହା ସରକାରୀ ଘୋଷଣା ଅନୁଯାୟୀ ୧୧୦୦ ର ସ୍ୱଦେଶୀ ଭର୍ସନ ଥିଲା । କିନ୍ତୁ ମାର୍କେଟରେ ଲଞ୍ଚ ହେବାର ଏକ ବର୍ଷ ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ପ୍ରିମିୟର ପ୍ରେସିଡେଣ୍ଟ ରଖାଯାଇଥିଲା । ସେହିଭଳି ୧୯୭୪ ମସିହାରେ ଏହାର ନାଁ ପୁଣି ଥରେ ପରିବତ୍ତନ କରାଯାଇ ପ୍ରିମିୟର ପଦ୍ମିନି ରଖାଯାଇଥିଲା । ଏହି ନାମକରଣ ରାଣୀ ପଦ୍ମିନିଙ୍କ ନାଁ ଅନୁସାରେ ହିଁ ଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.