ଜୟପାଟଣା ବିଡ଼ିଓଙ୍କୁ କଳାହାଣ୍ଡି ସେନାର ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ସେନା ତରଫରୁ ଜୟପାଟଣା ବ୍ଲକରେ ନୂତନ ଭାବରେ ଯୋଗଦାନ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିରେ କଳାହାଣ୍ଡି ସେନାର ଡିଙ୍ଗର ବାଗ ହିମାଂଶୁ ଶେଖର ନାୟକଙ୍କ ସମେତ ରାଜମୋହନ ପୂଜାରୀ, ମୁରଲିଧର ନାୟକ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜୟପାଟଣା ବ୍ଲକର ବିକାଶ ତଥା ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ ସଂଗଠନର କାର୍ଯ୍ୟକର୍ତ୍ତା। ଏଠାରେ ପ୍ରକାଶଯୋଗ୍ୟ ଯେ, ଜୟପାଟଣା ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଧର୍ମରାଜ ମାଝୀ ଆଗରୁ ଚନ୍ଦାହାଣ୍ଡି ବ୍ଳକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.