ମେନ୍ୟୁରେ ବିରିୟାନୀ ନ ଥିବାରୁ ଖାଇବାକୁ ମନା କଲେ ପାକିସ୍ତାନ ଟିମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ଚଳିତ ସଂସ୍କରଣରେ ପାକିସ୍ତାନର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ପାକିସ୍ତାନ ୪ ପଂଏଟ ସହ ଏବେ ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି । ଏହା ସତ୍ୱେ ଖେଳ ଅପେକ୍ଷା ଅନ୍ୟ ଦିଗ ପ୍ରତି ପାକିସ୍ତାନ ଖେଳାଳିଙ୍କ ବିଶେଷ ଧ୍ୟାନ ରହୁଛି । ଇତି ମଧ୍ୟରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଟିମ କୋଲକାତା ପଂହଚିଛନ୍ତି । ହୋଟେଲରେ ପଂହଚିବା ପରେ ବିରିୟାନୀ ନ ଥିବାରୁ ପାକିସ୍ତାନ ଖେଳାଳି ଖାଇବେ ନାହିଁ ବୋଲି ଜିଦ ଧରିଥିଲେ । ସେମାନେ ହୋଟେଲରେ ଉପଲବ୍ଧ ଭୋଜନ ବଦଳରେ ଅନଲାଇନରେ ଖାଦ୍ୟ ମଗେଇଥିଲେ । ବିରିୟାନୀ, ଚପ, ଫିରନୀ, କବାବ ଓ ଶାହୀ ଟୁକୁଡା ମଗେଇଥିଲେ । ମାତ୍ର ବିରିୟାନୀ ଉପଲବ୍ଧ ନ ଥିବାରୁ ଖେଳାଳିମାନେ ରାଗି ଯାଇଥିଲେ । ପୂର୍ବରୁ ୱାସିମ ଆକ୍ରମ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ଖାଦ୍ୟ ପ୍ରତି ଅନାବଶ୍ୟକ ଆଗ୍ରହ ନେଇ ସମାଲୋଚନା କରିଥିଲେ । ଅକ୍ଟୋବର ୨୮ରେ ପାକିସ୍ତାନ ଟିମ କୋଲକାତାରେ ପଂହଚିବା ପରେ ସେମାନଙ୍କୁ ମିଠା ଦହି ଓ ବିଭିନ୍ନ ପ୍ରକାର ମିଠା ଓ ସ୍ନାକ୍ସ ଦିଆଯାଇ ସ୍ୱାଗତ କରାଯାଇଥିଲା । ଚୟନ କମିଟି ମୂଖ୍ୟ ହଠାତ ତାଙ୍କ ପଦରୁ ଇସ୍ତଫା ଦେଇଥିବାରୁ ପାକିସ୍ତାନ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.