ସୋନପୁର ବ୍ଲକ ସାଗରପାଲିରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉଦଘାଟନ ହେଲା ବିଭିନ୍ନ ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ ସାଗରପାଲି ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ତତ୍ବାବଧାନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ, ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ମଧୁସୁଦନ ଓତା, ସସ୍ମିତା ମହାନ୍ତି, ବିଧାୟକଙ୍କ ପ୍ରତିନିଧି ଗୋପାଳ ବରାଇ, ୧୪ ଗୋଟି ପଂଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ସ୍ୱୟଂ ସହାୟିକା ମହିଳା, ଯୁବ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସୋନପୁର ବ୍ଲକର ୧୪ ଟି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧୮୯ ଗୋଟି ପ୍ରକଳ୍ପ ପାଇଁ ୭ କୋଟି ମଞ୍ଜୁରୀ ହୋଇଥିବା ଜଣାପଡ଼ିଛି । ସେହିପରି ସମଗ୍ର ଜିଲ୍ଲାରେ ୫୪ କୋଟି ୫୦ ଲକ୍ଷ ଟଙ୍କାରେ ୧୪୧୯ ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହୋଇଛି  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.