କବିତା : ଅମାନିଆ ମନ

ଅମାନିଆ ମନ ପକ୍ଷୀଟିଏ ପରି
ଆକାଶରେ ଉଡ଼ିବୁଲେ
ପୁଣି କେବେ ନୀଳ ବାଦଲ କୋଳରେ,
ଆନନ୍ଦରେ ଦୋଳି ଝୁଲେ ।

କେବେ ଅତୀତର ସ୍ମୃତିକୁ ସାଉଁଟି
ଲୁହର ଶ୍ରାବଣେ ଭିଜେ
କେବେ ପୁଣି ଫୁଲ ପରି ହସିବାକୁ,
ନିଜକୁ ବୁଝାଏ ନିଜେ  ।

ଜୀବନ ପଥରେ ସାଥେ ଚାଲିବାକୁ
କେବେ ଖୋଜେ ଜଣେ ସାଥୀ
ପୁଣି କେବେ ଚାହେଁ ଏକୁଟିଆ ହୋଇ,
କାଟିବାକୁ ଯେତେ ରାତି  ।

କେବେ ଖୋଜେ କା’ର କୋମଳ ପରଶ
ଯାଆନ୍ତା ଦେହକୁ ଛୁଇଁ
ପୁଣି କେବେ ଚାହେଁ ଶୁଷ୍କ ରହିବାକୁ,
ହୋଇ ଏକ ମରୁଭୂଇଁ  ।

କେବେ ହୋଇଯାଏ ସହଜେ ହତାଶ
କେବେ ପୁଣି ପାଏ ଆଶା
କେବେ ଡୁବିଯାଏ ତା’ ଆତ୍ମବିଶ୍ଵାସ,
ପୁଣି କେବେ ଜାଗେ ନିଶା  ।

ମନକୁ ବୁଝିବା ଆମପାଇଁ ଏଠି
ଟିକେବି ସହଜ ନୁହେଁ
କେବେ ସେ’ ପାଲଟେ ମୂକଟିଏ ଏଠି,
କେବେ ପୁଣି କଥା କୁହେ  ।

 

 

ସତ୍ୟଜିତ ସ୍ୱାଇଁ

ଅଡ଼ଶପୁର, କଟକ

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.