କବିତା : ମୌସୁମୀ

ତୁମେ ଆସିଛ ବୋଲି …ସୁନ୍ଦର ଲାଗୁଛି
ମୁଗ୍ଧ ପ୍ରିତୀକ୍ଷ ର ଅନ୍ତ ଘଟାଇ
ଆସିଛ ତୁମେ ସାଗର ବକ୍ଷ ଡେଇଁ
କେରଳ ତାମିଲନାଡୁ ସୀମା ଅତିକ୍ରମେ
ମହୋଦଧି କୂଳେ କୂଳେ ……
ନିସ୍ତେଜ ଗାଲିଚାକୁ ଛୁଇଁବାକୁ
ଫାଙ୍କାଫାଙ୍କା ମେଘ ସାଥେ
ଜହ୍ନ ର ଓଢଣୀ ଟାଣି … ll

Omkar Vasthu
Omkar Vasthu

ତୁମେ ପୁଣି ଆସିଥିଲ ଶୀତଭିଜା
ଦାରିଂବାଡ଼ି ର ତମାଳ ଲତାରେ
ମିଠା ସ୍ପର୍ଶ ଦେଇ ତତଲା ତାତିକୁ
ଦୂରେଇବା ପାଇଁ ତାର
ହେ ପ୍ରିୟତମା ମୌସୁମୀ ତୁମେକିବା
ଫେରିଛି ଅତନୁ ତନୁ ପ୍ରାପ୍ତ ହୋଇ
ଫିଟାଇ ତୁମ କବରୀ
ଛୁଇଁ ଧୂଳି ସରସର
ମହୁଲ ଆମ୍ବତୋଟା ରେ
ଅପୂର୍ବ ପ୍ରେମର୍ଥ ଆଲିଙ୍ଗନ ll

Pearl dental clinic
Near Ashish Medical Store, Bhawanipatna

ତୁମ ସାଥେ ସାଥି ହେବାପାଇଁ
କେତେଯେ ହାତ
ଅକ୍ଲେଶରେ ବଢିଛି ତୁମ ପାଖକୁ
ତୁମେହିଁ ତ ବୁଝିଥିବ
ସେହି ହାତ ପାପୁଲିର ପ୍ରଥମ ସ୍ପର୍ଶ
କେତେ ମିଠାମିଠା ମଧୁର ସତେ ll

Udyog Nursery
Udyogi Nursery

ତୁମ ହସ ଓ ଝରାଲୁହକୁ ନେଇ
କବିତା ସାଉଁଟୁ ଥିବା କବି
ଝରକା ଫାଙ୍କଡେଇଁ ?
ଆସୁଥିବା ଛିଟା ସହ
ପ୍ରଥମ ବସନ୍ତ ମଳୟ ପରେ
ପ୍ରଥମ କାକର ଟୋପା ସାଥେ
ପୁଣି ଆଜି
ତୁମ ସାଥେ ବସି ଲେଖେ
ଶୀତଳ ଜୀବନ ର ଗୀତି
କଲମ ମୁନରେ ବୁକୁଚିରି ଆସୁଥିବା
ନିର୍ଝରିଣୀ ଝରଣା ସବୁକୁ ll

ତୁମେ ଆସିବ ପରେ
ସୁନ୍ଦର ସୁନ୍ଦର ଏହି ପୃଥିବିର ଛବି
ଏକା ଏକା …
ନିର୍ଜନତାର ନୀରବଛାଇରେ
ଅଳ୍ପଅଳ୍ପ ଶୀତୁଆ ଅନୁଭବ ସାଥେ
ତୁମ ଫେରିବାର ବାସ୍ନାସବୁକୁ
ହାତ ପାପୁଲିରେ ଧରି
ଆକାଶ ଛାତିରେ ଖୋଜିଛି
ତୁମ ତନୁକୁ …ଓଠରେ ଚୁମ୍ବନ ଲାଳସେ
ଖୋଜିଛି ପୁଣି ତୁମ ମିଠାଛୁଆଁଟିଏ
ଦେହ ଓ ଛାତିର ତାତିକୁ
ହାତ ପାପୁଲିରେ -ଶବ୍ଦ ପରିଧି ଭିତରେ
ହେ ମୌସୁମୀ ତୁମେ ଫେରିଛ
ହଁ ଫେରିଛ ପୁଣିଥରେ

 

ତପନ କୁମାର ସାହୁ

ରିଞ୍ଜା, କଳାହାଣ୍ଡି
ମୋ : ୭୩୨୮୦୦୧୫

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.