ଜନ୍ତାରେ ମଣିଷଖିଆ ବାଘ: ରହିଛି ନୂଆପଡ଼ା ରେଞ୍ଜ ଅଫିସରେ, ଯିବ ନନ୍ଦନକାନନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଜନ୍ତାରେ ମଣିଷଖିଆ କଲରାପତରିଆ ବାଘ | ସପ୍ତାହେ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁକୁ ମାରି ଖାଇ ଥିବା ବେଳେ ଅଳ୍ପେକ ବର୍ତ୍ତିଥିଲେ ଜଣେ ନାବାଳକ | ଶନିବାର ରାତି ୧୧ ଟା ସମୟରେ ବନ ବିଭାଗର ୫ ଜଣିଆ ନିଶ୍ଚେତକ ଦଳ ଓ ଗ୍ରାମବାସୀଙ୍କ ସହଯୋଗରେ ମଣିଷଖିଆ ବାଘକୁ ଶେଷରେ କାବୁ କରିଛି ବନ ବିଭାଗ | ବର୍ତ୍ତମାନ ବାଘକୁ ନୂଆପଡା ରେଞ୍ଜ ଅଫିସରେ ରଖା ଯାଇଛି | ତା’ର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ହେଲା ପରେ ଭୁବନେଶ୍ୱର ନନ୍ଦନକାନନକୁ ପଠା ଯିବାର ସୂଚନା ରହିଛ | ନୂଆପଡା ଉପ ଜିଲ୍ଲାପାଳ ଭୀମ ସେନ ଶବର, ନୂଆପଡା ବି.ଡ଼ି.ଓ ବିପିନ ବିହାରୀ ଦୀପ, ନୂଆପଡା ଜିଲ୍ଲାପାଳ ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ବିଜେପି ନେତା ଯଦୁମଣି ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, ଭକ୍ତ ବନ୍ଧୁ ଧରୁଆ, କମଲେଶ ଠାକୁର, ପ୍ରମୁଖ ଉପସ୍ଥିତ ଥିଲେ | ପ୍ରକଶ ଯେ, ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁର ଜଣେ ୮ ବର୍ଷର ଶିଶୁ ନୀଳକଣ୍ଠ ବରିହାକୁ ଶନିବାର ସନ୍ଧ୍ୟାରେ ଆକ୍ରମଣ କରିଥିଲା ବାଘ | ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ସିଲେରୀବାହାଲର ରାମେଶ୍ୱରୀ ମାଝୀ (୪୫)କୁ ଶୌଚ କରିବାକୁ ଯାଇ ଥିବା ସମୟରେ ଟେକି ନେଇ ଯାଇ ମାରି ଖାଇ ଥିଲା | ତାଙ୍କର ମୃତ ଦେହକୁ ଶନିବାର ଜଙ୍ଗଲରୁ ବନ ବିଭାଗ ଉଦ୍ଧାର କରିଥିଲା | ଗତ ସୋମବାର ଦିନ ସନ୍ଧ୍ୟାରେ କଟିଙ୍ଗପାଣି ଗାଁ ଗୋଧସ ପଡାର ଘର ସାମ୍ନାରୁ ୮ ବର୍ଷର ଶିଶୁ ଡମୁ ଧରୁଆକୁ ମଧ୍ୟ ନେଇ ମାରି ଖାଇ ଦେଇଥିଲା | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.