ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ତିନି ନୂଆ ବିଚାରପତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନି ଜଣ ନୂଆ ବିଚାରପତିଙ୍କୁ ମିଳିଛି ନିଯୁକ୍ତି । ନୂଆ ଜଜଙ୍କୁ ମଶାଇ ଏବେ ସୁପ୍ରିମ କୋର୍ଟରେ ଜଜଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୋସିଆଲ ମିଡିଆ ଏବଂ ଏକ୍ସରେ ଜଜଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟର ଏହି ତିନି ନୂଆ ବିଚାରପତି ହେଲେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟାଧୀଶ ସତୀଶ ଚନ୍ଦ୍ର ଶର୍ମା, ରାଜସ୍ତାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜଜ ମସୀହ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହତା । ଏହି ତିନି ନୂଆ ଜଜଙ୍କ ନାମ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ,ଜଷ୍ଟିନ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କଲେଜିୟମ ସୋମବାର ନଭେମ୍ବର ୬ ତାରିଖ ସ୍ଥିର କରିଥିଲା । ଏହାପୂର୍ବରୁ କଲେଜିୟମ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇ କହିଥିଲେ, ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪ । ହେଲେ ଏବେ ୩୧ ଅଛନ୍ତି  କୋର୍ଟରେ ଅନେକ ମାମଲା ପଡି ରହିଛି । ମାମଲା ପଡି ରହିବାରୁ ବିଚାରପତିଙ୍କ ଉପରେ ବୋଝ ମଧ୍ୟ ବଢୁଛି । ତେଣୁ ଏହାକୁ ଧ୍ୟାନରେ ରଖି କୋର୍ଟରେ ପୂର୍ଣ୍ଣମାତ୍ରାରେ ଜଜ ରହିବା ଜରୁରୀ ହୋଇପଡିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.