କୋକସରା ବ୍ଳକରେ ଥମୁନି ଦାଦନ ଦୁଃଖ; ଆନ୍ଧ୍ର ପ୍ରଦେଶରେ ପୁଣି ଜଣେ କଳାହାଣ୍ଡିଆ ଶ୍ରମିକ ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ନପାଇ ଦି ପଇସା ରୋଜଗାର କରିବା ଆଶାରେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚଳିତ ବର୍ଷ କୋକସରା ବ୍ଲକର ୬ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ଖବର ରହିଛି। ତେବେ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ ଶ୍ରମିକ ଜଣକ କୋକସରା ଥାନା କାଶିବାହାଲ ଗ୍ରାମର ମାନସିଂ ପୋଡ(୫୮) ବୋଲି ଜଣାପଡ଼ିଛି।ପ୍ରାପ୍ତ ସୂଚନା ଅନୁସାରେ, ମାନସିଂ ନୂଆଖାଇ ପରେ ଗ୍ରାମର କିଛି ଲୋକଙ୍କ ସହିତ କାମ କରିବା ପାଇଁ ସୁଦୁର ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ। ଗୁରୁବାର କାମ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାନସିଂ ପରିବାର ଲୋକଙ୍କ ସହିତ ଦିନକ ଆଗରୁ ଫୋନ୍ ଯୋଗେ କଥା ହୋଇ ୫ଦିନ ପରେ ଘରକୁ ଫେରିବା ପାଇଁ ଖବର ଦେଇଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କ ପାଖକୁ ଆସିଛି। ଅନ୍ୟପଟେ ମୃତ୍ୟୁର କୌଣସି ସ୍ପଷ୍ଟ ସୂଚନା ମିଲି ପାରିନାହିଁ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ତ୍ରୀ ସଭ୍ୟା ପୋଡ଼ ଓ ୩ ଜଣ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ମୃତ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ଫେରୁଥିବା ଜଣାପଡିଛି। ରାଜ୍ୟ ବାହାରେ ଶ୍ରମିକଙ୍କ ମୃତ୍ୟୁ ଖବର ଗାଁରେ ପ୍ରଚାରିତ ହେବାପରେ ଗାଁ ପରିବେଶ ଶୋକାକୁଳ ପରିବେଶରେ ପରିଣତ ହୋଇଛି। ଚଳିତ ବର୍ଷ କୋକସରା ବ୍ଳକରେ ଗତ ୧୧ମାସ ମଧ୍ୟରେ ମାନସିଂକୁ ମିସାଇ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.