ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନୂତନ ଭାବେ ଦାୟିତ୍ଵ ନେଇଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ବ୍ଲକ୍ କଳା ସଂସ୍କୃତି ସଂଘ ସଭାପତି ରାଜୀବ ଦାସଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଲୋକକଳା କଳାକାରଙ୍କୁ କଳା ସଂସ୍କୃତି ସଂଘ ମାଧ୍ୟମରେ ସଂଘଠିତ କରି ଓଡ଼ିଶାର ପାରମ୍ପାରିକ ଲୋକକଳାର ପ୍ରଚାର ପ୍ରସାର, ସଂରକ୍ଷଣ ଏହାର ପୁନଃରୁଦ୍ଧାର ସହ ଲୋକକଳା କଳାକାରଙ୍କର ଆର୍ଥିକ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମାର୍ଗଦର୍ଶନରେ ଏହି ସଂଘ ୨୦୧୧ ମସିହାରେ ଗଠନ ହୋଇ ଚାଲୁ ରହି ଥିବା ଏହାକୁ ଅଧିକ ସକ୍ରିୟ ଓ ସଫଳ ଭାବେ ବ୍ଲକ ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରିଥିଲେ ଏବଂ ଏଥିପାଇଁ କଳାକାରଙ୍କୁ ଯଥା ସହଯୋଗ କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ସମୟରେ କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା କଳାକାର ବିଶ୍ଵନାଥ ମାଣ୍ଡାଙ୍ଗି, ବାମ ଶିକକା ପ୍ରମୁଖ ଉପସ୍ଥିତ ରହିଥିଲେ।