ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା ବୈଠକ କଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି

୩ ମାସରେ ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଦେଲେ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡା ନିର୍ବାଚନ ମଣ୍ଡଳିରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି,କାର୍ଯ୍ୟ ସଂପୂର୍ଣ୍ଣତା ଏବଂ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସଂପର୍କରେ ଏବଂ ବିଧାୟକ ପାଣ୍ଠି ସହ ବିଭିନ୍ନ ଯୋଜନାର ମୋଟ ଅର୍ଥ ବ୍ୟୟବରାଦ.ମୋଟ ଅନୁମୋଦନ ଅର୍ଥ ଏବଂ ମୋର୍ଟ ଖର୍ଚ୍ଚ ହୋଇଥିବା ଅର୍ଥ ସଂପର୍କରେ ଲାଇନ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନଙ୍କୁ ଡକାଇ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି । ଗତ ୨୦୨୧-୨୨ ଏବଂ ୨୦୨୨-୨୩ଆର୍ଥିକ ବର୍ଷର ବିଧାୟକ ପାଣ୍ଠି,ବିଜୁ କେବିକେ,କ୍ରିଟିକଲ ଗେପ୍‌,ଜିଲ୍ଳା ଖଣିଜ ପାଣ୍ଠି,ସିଏମଏସଏଏଫ ଏବଂ ଏେଓାଏନେଓା ଆଦି ଯୋଜନାରେ ମିଳିଥିବା ମୋଟ ଅର୍ଥ ବ୍ୟୟବରାଦ.ମୋଟ ଅନୁମୋଦନ ଅର୍ଥ ଏବଂ ମୋର୍ଟ ଖର୍ଚ୍ଚ ହୋଇଥିବା ଅର୍ଥ ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଶୁଦ୍ଧ ପାନୀୟ ଜଳ, ପିଏମଏୱାଇ ଆବାସ ଯୋଜନା, ବିଜୁ ପକ୍କାଘର, ମୋ ଘର, ବିଜୁ ସେତୁ, କୃଷି,ଜଳ ସେଚନ, ବିଦ୍ୟୁତକରଣ, ଏମବିପିୱାଇ, ରାୟଗଡା-କେରଡା ମଧ୍ୟରେ ଥିବା ଝଂଜାବତୀ ନାଳ ଉପରେ ନିର୍ମାଣଧୀନ ସୁଉଚ୍ଚ ସେତୁ,କୁଟିଙ୍ଗଗୁଡା ସେତୁ ଭଳି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ସଫଳତା ଓ କାର୍ଯ୍ୟ ସମାପ୍ତ ନିମନ୍ତେ ବିଧାୟକ ମୁଦୁଲି ନିର୍ଦ୍ଦେଶ ଦେଇଥିଲେ । ସେହିପରି କାଶିପୁର ବ୍ଳକରେ ଆଜି ମଧ୍ୟ ୮୩ଟି ଗାଁକୁ ଗମନାଗମନ ନିମନ୍ତେ ପକ୍କା ରାସ୍ତାଟିଏର ସୁବିଧା ନ ଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଗ୍ରାମକୁ ରାସ୍ତା ସଂଯୋଗୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ଯଥାଶୀଘ୍ର ସାରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର,ରାୟଗଡା ପ୍ରକଳ୍ପ ପ୍ରଶାସକ ଦିଲ୍ଳିପ କୁମାର ବେହେରା,ଜିଲ୍ଳା ଯୋଜନା ଅଧିକାରୀ,ଜିଲ୍ଳା ଗ୍ରାମ୍ୟ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ,ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ,କାଶିପୁର ବିଡିଓ ମନୀଷା ଦାଶଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.