ମହାବୀର ମହୋତ୍ସବର ଦ୍ୱିତୀୟ ଦିବସ; ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଲେ ୧୫ଶହ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ତା’ର ୫୯ତମ ଜନ୍ମଦିବସ ପାଳନ ଅବସରରେ “ମହାବୀର ମହୋତ୍ସବ-୨୦୨୩” ପାଳନ କରୁଛି । ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ୯ବର୍ଷରୁ ୧୪ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାମାନଙ୍କରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜିଲ୍ଲାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖି ବିଚାରକ ଓ ଜନସାଧାରଣ ଅତ୍ୟନ୍ତ ଖୁସି ବ୍ୟକ୍ତି କରିଥିଲେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବରେ ଭବାନୀପାଟଣାର ପୂର୍ବତନ ପୌରଧ୍ୟକ୍ଷା  ଲଲିତା ନାଏକ ଏବଂ ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ଅଭିନେତା ତଥା କଳାହାଣ୍ଡି କଳାକାର ସଂଘ ସଭାପତି ଅବଦୁଲ କାଦିର ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସୁଶିଲ ଗହିର ଏବଂ ନାଟ୍ୟ ସଂପାଦକ ସୁଶାନ୍ତ ସିଂ ପରିଚାଳନା କରିଥିଲେ । ମଂଚରେ ଅନୁଷ୍ଠାନର ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ସଭାପତି ଶାନ୍ତନୁ କୁମାର ବେହେରା, ସଂପାଦକ ସତ୍ୟନାରାୟଣ ସିଂ, ଉପସଭାପତି ସଞ୍ଜୟ କୁମାର, ଯୁଗ୍ମ ସଂପାଦକ ସଞ୍ଜିବ ସିଂ ଓ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.