ପୋଖରୀବନ୍ଧ ଠାରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ଦୁର୍ଗାପୂଜା ପଡ଼ିଆ ପରିସରରେ ପ୍ରଥମ ବର୍ଷ ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୋଖରୀବନ୍ଧ ଗାଁ ଗୌନ୍ତିଆ ଭାଗିରଥି ବାଣୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଗ୍ରାମ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ଓ ଯୁବକମାନେ ଉପସ୍ଥିତ ରହି ଧନୁଯାତ୍ରା କେମିତି ସୁରୁଖୁରୁରେ ହେବ ସେନେଇ ଆଲୋଚନା କରିଥିଲେ । ତେବେ ଏହି ବର୍ଷ ପ୍ରଥମ ଥର ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିବା ବେଳେ ଏବେ ଅଞ୍ଚଳବାସୀ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ପାଇବେ ।‌ ଏହି ଅବସରରେ କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ରମେଶ ଚନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ସନାତନ ବିଶି, ଉପସଭାପତି ପବିତ୍ର ବିଭାର, କର୍ଣ୍ଣ ମାଝୀ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆ, ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ସହ ସମ୍ପାଦକ ଭଗବାନ ରାଉତ କୋଷାଧ୍ୟକ୍ଷ ଶଙ୍କର ପ୍ରଧାନୀ, ଜୟମୁନି ବେହେରା, ଶାନ୍ତିଶୃଙ୍ଖଳା କମିଟି ମୁଖ୍ୟ ଭାଗିରଥି ବାଣୁଆ, ଭଲେନ୍ଟିଅର ମୁଖ୍ୟ ତିରୁପତି ପାତ୍ର, ରବିନ୍ଦ୍ର ବେହେରାଙ୍କୁ ମନୋନୀତ କରାଯାଇଥିଲା । ଏହି ଧନୁଯାତ୍ରା ମସୋତ୍ସବ ଚଳିତବର୍ଷ ଡିସେମ୍ବର ମାସରେ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରଥମ ବର୍ଷ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଞ୍ଚଳବାସୀ ବେସ ଉତ୍ସାହିତ ଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.