ପୁଣି ବିଗିଡିଲା ବାୟୁମଣ୍ଡଳ । ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ବିଷାକ୍ତଗ୍ୟାସରେ ଛଟପଟ ହେଲେ ଲୋକେ । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ହାର ଅର୍ଥାତ ଏକ୍ୟୁଆଇ ଗମ୍ଭୀର ହୋଇପଡିଛି । ବିଶେଷକରି ଜହାଙ୍ଗୀରପୁରୀ, ଆରକେପୁରମ ଶ୍ରୀନିବାସପୁରୀ, ଆନନ୍ଦବିହାର, ବଜୀରପୁର, ବବାନା, ରୋହିଣୀ ଇତ୍ୟଦି ଅଞ୍ଚଳରେ ଏକ୍ୟୁଆଇ ଗମ୍ଭୀର ସ୍ତରରେ ରହିଛି ।ଆରକେପୁରମରେ ଏକ୍ୟୁଆଇ ୯୯୯ରେ ଥିବାବେଳେ ଜହଙ୍ଗୀରପୁରୀରେ ୮୪୭, ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୭୧୦, ରୋହିଣୀରେ ୫୮୬ ରହିଛି । ସୂଚନାଥାଉ କି, ଦିବାଲି ରାତିରେ ଦୀପାବଳି ରାତିରେ ଏକ୍ୟୁଆଇ ୨୧୮ ଥିଲା । ଦୀପାବଳି ଦିନ ବାୟୁମଣ୍ଡଳର ଗୁଣବତ୍ତା ବହୁତ ଭଲ ରହିବା ସହ ୮ ବର୍ଷର ରେକର୍ଡ ଭାଙ୍ଗିଥିଲା । ଏପରିକି ଦୀର୍ଘ ବର୍ଷ ପରେ ଦିଲ୍ଲୀବାସୀ ଦୀପାବଳି ଦିନ ନିର୍ମଳ ଆକାଶ ଦେଖିବାକୁ ପାଇଥିଲେ । ନିଃଶ୍ୱାସ ନେଲାପରି ବାୟୁ ମିଳିଥିଲା । ହେଲେ ଯେମିତି ରାତି ବଢିଥିଲା, ତାପମାତ୍ରା କମିବା ସହ ପ୍ରଦୂଷଣ ବଢିବାରେ ଲାଗିଥିଲା । ଚଳିତବର୍ଷ ଦିଲ୍ଲୀରେ ବାଣ ତିଆରି, ଗୋଦାମ, ବିକ୍ରି ଏପରିକି ଫୁଟାଇବା ଉପରେ କଟକଣା ଲାଗିଥିଲା । ତଥାପି ଅଧିକାଂଶ ଅଞ୍ଚଳରେ ଲୋକେ ବାଣ ଫୁଟାଇଥିଲେ । ଫଳରେ ପ୍ରଦୂଷଣ ବଢିବାରେ ଲାଗିଥିଲା । ଗତକାଲି ଅପରହ୍ନ ୪ଟାରେ ଦିଲ୍ଲୀରେ ଏକ୍ୟୁଆଇ ୨୧୮ ଥିଲା ଯାହା ତିନି ସପ୍ତାହ ମଧ୍ୟରେ ସବୁଠାରୁ ଭଲ ଥିଲା । ହେଲେ ଅପରାହ୍ନ ୪ଟାପରେ ଆରମ୍ଭ ହୋଇ ଯାଇଥିଲା ବାଣଫୁଟା । ସୁପ୍ରମକୋର୍ଟଙ୍କ ଆଦେଶ ଯେମିତି ଧୂଆଁରେ ହଜି ଯାଇଥିଲା ।