ପ୍ରଶାସନକୁ ଗ୍ରାମବାସୀଙ୍କ ଅନୁରୋଧ; ଦେଓଗାଁ ପଞ୍ଚାୟତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅନୁଦାନର ସମାଧାନ କର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଆମ ଓଡିଶା ନବୀନ ଓଡିଶା ଯୋଜନାରେ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେଉଛନ୍ତି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତକୁ ମଧ୍ୟ ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ତେବେ ଏହା ପୂର୍ବରୁ ପଞ୍ଚାୟତ ସମସ୍ତ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମସଭା କରି ଉକ୍ତ ଅନୁଦାନକୁ ଦେଓଗାଁ ପଞ୍ଚାୟତର ୪ଖଣ୍ଡ ଗାଁ ଯଥା ଦେଓଗାଁ, ମହଗାଁ, ଜାମଜୋର ଓ ମାଟିଆ ପାଇଁ ପ୍ରକଳ୍ପ ତିଆରି କରି ସମାନ ଅନୁଦାନ ପ୍ରଦାନ ପାଇଁ ଆକ୍ସନ ପ୍ଲାନ ଦିଆଯାଇଥିଲା । ଯାହା କାର୍ଯ୍ୟକାରୀ ହୋଇଥିଲେ ୪ଗଣ୍ଡ ଗାଁକୁ ୧୨ ଲକ୍ଷ ୫୦ ହଜାର ଲେଖାଏଁ ପ୍ରାପ୍ତ ହୋଇଥାନ୍ତା । ହେଲେ ପରିତାପର ବିଷୟ ହେଲା ସରକାର ସଦା ସର୍ବଦା ଗ୍ରାମସଭାକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ଦେଓଗାଁ ପଞ୍ଚାୟତର ଅନୁଷ୍ଠିତ ହୋଇଥିବା ଗ୍ରାମ ସଭାରେ ପାରିତ ଆକ୍ସନ ପ୍ଲାନକୁ ଅଣଦେଖା କରି ଜନୈକ ନ୍ୟସ୍ତସ୍ବାର୍ଥ ଜନନେତାଙ୍କ ମନ୍ତ୍ରଣାରେ ଅନୁଦାନକୁ ଓଲଟପାଲଟ କରାଯାଇଛି । ଫଳରେ କେବଳ ଦେଓଗାଁକୁ ୩୬ ଲକ୍ଷ ମିଳିଥିବା ବେଳେ ଅନ୍ୟ ୩ଟି ଗାଁକୁ ମାତ୍ର ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସଂପୃକ୍ତ ନ୍ୟସ୍ତସ୍ବାର୍ଥ ନେତାଙ୍କ ହୀନ ଚକ୍ରାନ୍ତର ଶିକାର ହୋଇଛନ୍ତି ପଞ୍ଚାୟତବାସୀ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଦାନକୁ ସମବଣ୍ଟନ କରାଯାଇଥିଲା । ହେଲେ ଗ୍ରାମସଭାରେ ମଞ୍ଜୁରୀ ହୋଇଥିବା ଆକ୍ସନପ୍ଲାନକୁ ଭାଙ୍ଗି ନିଜ ମନମୁତାବକ ଅନୁଦାନ ବଣ୍ଟନ କରିବାରେ ସଂପୃକ୍ତ ରାଜନେତାଙ୍କ କ’ଣ ସ୍ବାର୍ଥ ରହିଛି ତାହା ଅନୁସନ୍ଧାନ ସାପେକ୍ଷ । ରାଜ୍ୟ ସରକାରଙ୍କର ଅନୁଦାନକୁ ରାଜନିତୀକରଣ କରି ଦେଓଗାଁ ପଞ୍ଚାୟତରେ ଗୋଟି ଖେଳୁଥିବା ନ୍ୟସ୍ତସ୍ବାର୍ଥ ନେତାଙ୍କ ଇଚ୍ଛା କେବେ ପୂର୍ଣ୍ଣ ହେବନାହିଁ । ଏହା ପୂର୍ବରୁ ତୁରନ୍ତ ୩ ଖଣ୍ଡ ଗାଁକୁ ସମିନ ହକ୍ ପ୍ରଦାନ ପୂର୍ବକ ପୁନଃ ପ୍ରାପ୍ତ ଅନୁଦାନର ସମଭାଗ କରିବାକୁ ଜିଲ୍ଲା ପ୍ରଶାସନକୂ ମାଟିଆ, ଜାମଜୋର ଓ ମହଗାଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.