ମିଳିଲା ପିଏମ କିସାନର ୧୫ ତମ କିସ୍ତି, ୮ କୋଟି ଚାଷୀଙ୍କ ଖାତାକୁ ଗଲା ଟଙ୍କା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ ଫସଲ ସହାୟତାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ସୃଷ୍ଟି ହୋଇଛି ଏବଂ ଏହି ଅର୍ଥ ମାଧ୍ୟମରେ ଅନେକ ଚାଷୀଙ୍କୁ ହସ୍ତାନ୍ତର କରାଯାଉଛି । ଏହି ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ରାଶି ବର୍ଷକୁ ତିନୋଟି କିସ୍ତିରେ ଅର୍ଥାତ୍ ଗୋଟିଏ କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଜମା କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାସ୍ଥିତ ତାଙ୍କର ଜନ୍ମମାଟିରେ ପହଞ୍ଚି ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁଣ୍ଟିରୁ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଚାଷୀଙ୍କ ଖାତାକୁ ପଠାଇଛନ୍ତି। କିସ୍ତିର ଅର୍ଥରାଶି ୮ କୋଟି ଚାଷୀଙ୍କ ଖାତାରେ ଜିବିଟି ମାଧ୍ୟମରେ ଜମା ହୋଇଛି। ସୂଚନା ଯୋଗ୍ୟ ଯେ, ଫେବୃଆରୀ ୧ ତାରିଖ ୨୦୧୯ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରୁଥିବାବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର କୃଷକମାନଙ୍କୁ ଫସଲ ସହାୟତା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ନୂତନ ସେବା ଆରମ୍ଭ କରିଛନ୍ତି। ଏହି ସ୍କିମ୍ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ, AI ଚାଟୱାଟ ପ୍ରଚଳନ କରାଯାଇଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଫସଲ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ୪ ମାସରେ ଥରେ ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଜମା କରାଯାଏ । କିନ୍ତୁ ଏଆଇ ମାଧ୍ୟମରେ କୃଷକଙ୍କ ପ୍ରଶ୍ନ ଶୀଘ୍ର ସମାଧାନ ହୋଇପାରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.