ଅଲ୍ଓଡ଼ିଶା ଇପିଏଫ୍ ପେନସନର୍ସ୍ ସଂଘର ଧାରଣା ସହ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଲ୍ଓଡ଼ିଶା ଇପିଏଫ୍ ପେନସନର୍ସ୍ ଆସୋସିଏସନ୍ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କା ସହ ସମସ୍ତ ପେନସନରଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ସହ ବିଭିନ୍ନ ଦାବି ରହିଥିବା ବେଳେ ଆଗାମୀ ଦିନରେ ସରକାର ତାଙ୍କ ଦାବୀ ପ୍ରତି ଦୃଷ୍ଟି ନ ଦେଲେ ଅହିଂସା ଆନ୍ଦୋଳନ ଜାରି ରହିବା ନେଇ ଗଣ ମାଧ୍ୟମ ଆଗରେ ସଙ୍ଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସଙ୍ଘର ସଭାପତି ଭବାନୀ ଶଙ୍କର ପଣ୍ଡା, ଉପ ସଭାପତି ବୃନ୍ଦାବନ ରଥ, ସଧାରଣ ସମ୍ପାଦକ ବିଜୟ ସାହୁ, ଉପଦେଷ୍ଟା ଯଜ୍ଞେଶ୍ଵର ମିଶ୍ର, ଶିବଦତ୍ତ ବେଦବାକ, ସତ୍ୟନାରାୟଣ ପ୍ରଧାନ, କୃତିବାସ ଗୁରୁ, ଗୋପାଳ ପଣ୍ଡା, ଅଭୟ ମଲ୍ଲିକ, ମୁରଲୀ ମିଶ୍ର, ଶ୍ୟାମ କୁମ୍ଭାର, ମକରଧ୍ବଜ ସେଠୀ, କରୁଣାକର ମେହେର, ସର୍ବେଶ୍ଵର ସେଠୀ, କାହ୍ନୁ ହାତୀ, ସର୍ବେଶ୍ଵର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.