ଖୁସି ଚାରିଟେବୁଲ ଟ୍ରଷ୍ଟର ହସ୍ତକ୍ଷେପ ପରେ ଥଇଥାନ ହେଲେ ୫ ଅସହାୟ ଶିଶୁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବସନ୍ତାପଡ଼ା ପଞ୍ଚାୟତରେ ରହିଛି କଂସାରୀ ଗାଁ l ଏହି ଗାର ଆଦିବାସୀ ପଡାରେ ରହୁଥିଲେ ରାଜେଶ ମାଝୀ ସ୍ତ୍ରୀ ମାଳତି ମାଝୀ ଓ ୫ ଶିଶୁ l ରାଜେଶ ୧୫ ବର୍ଷ ତଳେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଶିବ ପଦର ପଞ୍ଚାୟତ ପାଣିମୁଣ୍ଡା ଗାଁର ମାଳତୀଙ୍କୁ ବାହା ହୋଇଥିଲେ l ତାଙ୍କର ପରିବାର ଖୁବ ହସ ଖୁସିରେ ରହୁଥିଲେ l ବିବାହ ପରେ ଚାରୋଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ l ବଡ଼ଝିଅ ଲଷ୍ମୀପ୍ରିୟା ମାଝୀ ୧୦ ଦ୍ୱିତୀୟ ଝିଅ ସନ୍ଧ୍ୟାରାଣୀ ମାଝୀ ୯, ତୃତୀୟ ଝିଅ ବିଜୟଲଷ୍ମୀ ୪, ଚତୁର୍ଥ ଝିଅ ସରୋଜିନୀ ମାଝୀ ୩ ଓ ପୁଅ ଅମିତ ମାଝୀ ଦେଢ଼ ବର୍ଷଙ୍କୁ ନେଇ ବେଶ ହସ ଖୁସିରେ ପରିବାର ଚାଲୁଥିଲା l ରାଜେଶ ଗାଁ ପାଖରେ ଥିବା ଏକ କମ୍ପାନୀରେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ l ହେଲେ ଦଶରା ଛୁଟିପରେ ସେ ଠିକରେ କାମ କୁ ନ ଯାଇ ମଦ ପି ସର୍ବଦା ସ୍ତ୍ରୀ ଙ୍କୁ ହଇରାଣ କରୁଥିଲେ l ହେଲେ ଝଗଡା ରେ ଉତ୍ୟକ୍ତ ହୋଇ ରାଜେଶ ନିଜର ସ୍ତ୍ରୀ ମାଳତୀ ଙ୍କୁ ଏକ ବାଡ଼ି ରେ ଗୋଡେଇ ଗୋଡେଇ ମାରିଥିଲେ l ପରେ ମାଳତୀ ଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିଥିଲେ l ହସ୍ପିଟାଲ ରେ ହିଁ ମାଳତୀଙ୍କ ଦେହାନ୍ତ ହୋଇଥିଲା l ମାଳତୀ ଙ୍କ ପରିବାର ଙ୍କ ଅଭିଯୋଗ କ୍ରମେ ଲାଞ୍ଜିଗଡ଼ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚଳାଣ କରିଥିଲେ l ମାଙ୍କ ଦେହାନ୍ତ ଓ ପିତା ଜେଲରେ ରହିବାପରେ ୫ ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନଙ୍କ ନିଜର ବୋଲି ଅଜା, ଆଇ କିମ୍ବା କୌଣସି ସମ୍ପର୍କୀୟ ନାହାନ୍ତି l ସେମାନେ କିପରି ରହିବେ, କେଉଠି ରହିବେ ଆଗକୁ କଣ କରିବେ ଏହିପରି ଅନେକ ପ୍ରଶ୍ନ ନେଇ ରହୁଥିଲେ l ଏହି ସମସ୍ୟା ବିଷୟରେ ଖୁସି ଚାରିଟେବୁଲ ଟ୍ରଷ୍ଟର ସଭାପତି ଯଶୋବନ୍ତ ରଣା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଜଣେଇ ସେମାନଙ୍କୁ ଥଇଥାନ ସହ ଉଚ୍ଚ ଶିକ୍ଷା ପାଇଁ ନିବେଦନ କରିଥିଲେ l ଡିସିପିଉ ଶ୍ରୀ ମହାପାତ୍ରଙ୍କ ନିର୍ଦେଶରେ ସୁଧାଂଶୁ ମହାପାତ୍ର ଓ ରାଜଶ୍ରୀ ଛୁଆ ମାନଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ସାଇ ପଡିସାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ l ଗତକାଲି ଉକ୍ତ ଶିଶୁ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରି ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିକଟସ୍ଥ ନେହେରୁ ସେବା ସଂଗଠନ ରେ ରଖି ଉଚ୍ଚ ଶିକ୍ଷା ଦେବାପାଇଁ ନିଷ୍ପତି ହେଲା l ୫ ଜଣ ଶିଶୁ ଆଶ୍ରମରେ ରହି ପାଠ ପଢିବା ସହ ସେଠାରେ ରହିବେ l ସେମାନଙ୍କ ସମସ୍ତ ପ୍ରକାର ରହିବା, ଖାଇବା, ପଢିବା ସରକାର ବହନ କରିବେ l ଖୁସି ଚାରିଟେବୁଲ ଟ୍ରଷ୍ଟର ସହଯୋଗ ପରେ ଛୁଆମାନେ ଆଶ୍ରମ ରେ ରହିବା ନେଇ ଜାଣିବା ପରେ ବଡ ଝିଅ ଲଷ୍ମୀପ୍ରିୟା ବେଶ ଖୁସି ହୋଇଥିଲେ l ଖୁସି ଚାରିଟେବୁଲ ଟ୍ରଷ୍ଟ ସଂଗଠନର ଏହିପରି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରୁଛନ୍ତି ଅଂଚଳବାସୀ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.