ଏକ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ -ପଦ୍ମଶ୍ରୀ ହଳଧର ନାଗ

ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗୀର ଶାଖା ପକ୍ଷରୁ  ଜାତୀୟ ପ୍ରେସ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସର ଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗୀର ଶାଖା ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକକବି ରତ୍ନ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଶିବ ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପୁରୋହିତ, ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ କୋଶଳୀ ଭାଷା ସାହିତ୍ୟର ଗବେଷକ ଡ଼. ଦଳ ଗୋବିନ୍ଦ ବିଶି, ମୁଖ୍ୟବକ୍ତା ଭାବରେ ରାଜନୈତିକ ସମୀକ୍ଷକ ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ। ସଭା ପ୍ରାରମ୍ଭରେ ମା ଘଣ୍ଟାସୁନୀ ଓ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା। ପରେ ସଂଘର ସଦସ୍ୟ ତଥା କବିୟତ୍ରୀ ଶମିର୍ଷ୍ଠା ମିଶ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ସହ ସ୍ଵାଗତ କବିତା ପଠନ କରିଥିଲେ। ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉକ୍ତ ସମାବେଶରେ ମୁଖ୍ୟଅତିଥି ପଦ୍ମଶ୍ରୀ ଶ୍ରୀ ନାଗ ଏକ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ସାମ୍ବାଦିକ ଚେତିଲେ ହିଁ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଡ଼ ବେହେରା ପ୍ରେସ ଦିବସର ଶୁଭେଚ୍ଛା ପ୍ରଦାନ ସହ ସୁସ୍ଥ ସମାଜ ଗଠନରେ ଚତୁର୍ଥ ସ୍ତମ୍ବ ର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ। ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଆଧୁନିକ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ସମ୍ମାନିତ ଅତିଥି ଡ. ବିଶି କୋଶଳ ଇତିହାସ ସମ୍ଵନ୍ଧରେ ଆଲୋକପାତ କରିବା ସହ ସାମ୍ବାଦିକ ମାନେ ନିଜ କର୍ତ୍ତବ୍ୟ ନିଷ୍ଟା ପ୍ରତି ସଚେତନ ହେବାକୁ ସୂଚାଇଥିଲେ। ଏଥିରେ ସଂଘ ସମ୍ପାଦକ ସୁଧୀର ଦାସ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ସଂଘ ତରଫରୁ ୬ ଜଣ କାର୍ଯ୍ୟରତ ସାମ୍ବାଦିକ ସମ୍ମାନିତ କରାଯାଇଥିଲା। ଏଥିରେ ସାମ୍ବାଦିକ ଟିଟିଲାଗଡ଼ ନନ୍ଦିଘୋଷ ଟିଭି ପ୍ରତିନିଧି ମାନସ ମହାନ୍ତି, ଟିଟିଲାଗଡ଼ ସକାଳ ପ୍ରତିନିଧି ଦୀପକ ସମାଜଦାର, ତୁଷୁରା ପ୍ରଗତିବାଦୀ ପ୍ରତିନିଧି ବିନୋଦ ସୁନା, ଏମବିସି ଟିଭି ଜିଲ୍ଲା ପ୍ରତିନିଧି ନାରାୟଣ ସାହୁ, କଣ୍ଟାବାଞ୍ଜି ନନ୍ଦିଘୋଷ ପ୍ରତିନିଧି ରଶ୍ମି ରଞ୍ଜନ ପଟେଲ, ବେଲପଡା ଧରିତ୍ରୀ ପ୍ରତିନିଧି ମନୋଜ କୁମାର ମିଶ୍ର ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପରେ ଟିଟିଲାଗଡ଼ କଲେଜର ଏନସିସି ଛାତ୍ରୀ ଇସସୀତା ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର କୋଷାଧକ୍ଷ ପ୍ରଦୀପ ବାଗ, ସହ ସମ୍ପାଦକ ପ୍ରକାଶ ପ୍ରଧାନ, ସାମ୍ବାଦିକ ଜଗଦୀଶ ଜୈନ, ଈଶ୍ୱର ଜୈନ, ଗୋପାଲ ଅଗ୍ରୱାଲ, ଅଜିତ ସାହୁ, ବିଶାଲ ଅଗ୍ରୱାଲ, ମମତା ସାହୁ, ପ୍ରମୋଦ ବେହେରା, ମୋହନ ସୋନି, ଅଶୋକ ତ୍ରିପାଠୀ, ସୁଧୀର ସାହୁ, ମେଘନାଥ ସାହୁ, ରଙ୍ଗାଧର ପୁଟେଲ, ଗୁଣନିଧି ପୁଟେଲ, ପିଣ୍ଟୁ ପୁଟେଲ, ଟିକେଶ୍ୱର ପୁଟେଲ, ରୁଦ୍ର ଦଣ୍ଡସେନା, ନୀଳମଣି ବିଶ୍ୱାଳ, ଚନ୍ଦ୍ରଭାନୁ ପ୍ରଧାନ, ବିଭୁ ପ୍ରସାଦ ଶିକା, ପୃଥ୍ୱୀରାଜ ବକୁଳ, ସନ୍ତୋଷ ନାୟକ, ଗୋକୁଳାନନ୍ଦ ବଗର୍ତ୍ତୀ, ଭୁବନୀ ପ୍ରସାଦ ଷଡ଼ଙ୍ଗୀ, ସୋନାଲି ଛାତ୍ରୀୟାଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ଝୁଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.