ଜୈବିକ ବ୍ୟବସାୟ ଭିତ୍ତିକ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ତାଲିମ

ଓଡ଼ିଆ ବାର୍ତ୍ତା/ ବରଗଡ଼: ବରଗଡ ଜିଲ୍ଲା ବିଜେପୁର ବ୍ଲକ ମହାଶକ୍ତି ଫାଉଣ୍ଡେସନ ନାବାର୍ଡ ର ସହାୟତାରେ ଜୈବିକ ଉପାୟରେ ବ୍ୟବସାୟିକ ଭିତ୍ତିକ ପନିପରିବା ଚାଷ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୭ ଟି ପଂଚାୟତର ୧୭ ଟି ସ୍ୱୟଂ ସହୟିକା ଗୋଷ୍ଠୀର ୩୦ ଜଣ ମହିଳା ଯୋଗଦାନ କରିଥିଲେ ଏବଂ ଏ ସମସ୍ତେ ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ଜଣେ ଜଣେ ଅଂଶୀଦାର ଅଟନ୍ତି। ତାଲିମ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଡିଡିଏମ ନାବାର୍ଡ ହଟକିଶୋର ବେହେରା, ଏଲଡିଏମ ବରଗଡ଼ ମହେଶ୍ୱର ସାହୁ, ବ୍ଲକ କୃଷି ଅଧିକାରୀ ବିଜେପୁର ପ୍ରାଣବନ୍ଧୁ ସାହୁ, ୟୁନୀୟନ ବ୍ୟାଙ୍କ ମ୍ୟାନେଜର ଲଳିତ ମୁକୁନ୍ଦ କେଣ୍ଡୋ, ମହାଶକ୍ତି ଫାଉଣ୍ଡେସନର ସମ୍ପାଦିକା ସୁଶ୍ରୀ ରୋଜାଲିନ ଭୂୟାଁ ଏବଂ ତାଲିମ ଦାତା ମିହିର ରଞ୍ଜନ ସାଗରଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ତାଲିମର ମୁଖ୍ୟ ଆଭିମୁଖ୍ୟ କିପରି ଜୈବିକ ଉପାୟରେ ପନିପରିବା ଚାଷ କରି ଉଦ୍ୟୋଗ ଭିତ୍ତିରେ ବ୍ୟବସାୟ କରି ଉଭୟ ଆର୍ଥିକ ଏବଂ ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦେବା। ଯେହେତୁ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଜମିର ଉର୍ବରତା ହ୍ରାସ ପାଇବା ସହିତ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି। ତେଣୁ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଚାଷ ପ୍ରଣାଳୀ ପରିବର୍ତନ କରି ଉଭୟ ଆର୍ଥିକ ଓ ଶାରୀରିକ ସୁସ୍ଥତାକୁ ଆପଣେଇବାକୁ ପ୍ରୟାସ କରିବା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସବୁଜିମା କୃଷକ ଉତ୍ପାଦକ କମ୍ପାନୀର କର୍ମକର୍ତ୍ତା ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.