ସର୍ବ ଭାରତୀୟ ସେବା ସମବାୟ ସପ୍ତାହର ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ

ସମବାୟ ଆନ୍ଦୋଳନକୁ ଦୃଢ଼ୀଭୁତ କରିବା ଆଜିର ଲକ୍ଷ୍ୟ -ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସମବାୟ ବିଭାଗ ପକ୍ଷ ରୁ ଆୟୋଜିତ ୭୦ ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନ ର ଜିଲ୍ଲା ସ୍ତରୀୟ ମହୋତ୍ସବ ଆଜି ସୁବର୍ଣ୍ଣପୁର ନୂଆ ଟାଉନ ହଲ ରେ ଉଦଯାପିତ ହୋଇ ଯାଇଛି l ସଭା ର ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଯୋଗ ଦେଇ ସାମୁହିକ ଉତ୍ପାଦନ ର ଭାବେ କ୍ରୟ ବିକ୍ରୟ କରିବା ଓ ସମବାୟ ଆନ୍ଦୋଳନ କୁ ଦୃଢ଼ୀଭୂତ କରିବା ଏ ଉତ୍ସବ ର ଲକ୍ଷ୍ୟ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଜଣେ ଚାଷୀ ପରିବାର ର ଝିଅ ଭାବେ ସେ ନିଜର ଅନୁଭୂତି କୁ ବାଣ୍ଟିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁରେଶ୍ୱର ପାଣିଗ୍ରାହୀ, ପୌର ଅଧ୍ୟକ୍ଷା ତମସୀ ତାମସ୍ମିତା ନାଏକ, ରାଜ୍ୟ ହାଉସିଂ ବୋର୍ଡ ସଦସ୍ୟ ରାଜ କୁମାର ମିଶ୍ର, ଶ୍ରୀ ପରେଶ କୁମାର ପାତ୍ର (ସହକାରୀ ମହା ସମୀକ୍ଷକ,ବାଲାଙ୍ଗିର ) ସୋନପୁର ସହକାରୀ ନିବନ୍ଧକ ପାଣୁ ଚରଣ ସାହୁ, ବିଏମପୁର ସହକାରୀ ନିବନ୍ଧକ ପ୍ରେମାନନ୍ଦ ଦୀପ, ଯୋଗ ଦେଇ ଚାଷୀ ଓ ପ୍ୟାକ୍ସ କର୍ମଚାରୀ ଙ୍କୁ ଏ ସପ୍ତାହ ପାଳନ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବିସ୍ତାର ଭାବେ ବୁଝାଇ ନିଷ୍ଠା ର ସହିତ କାର୍ଯ୍ୟ କରି ଜିଲ୍ଲା ର ସମବାୟ ସଂସ୍ଥା ର ରେକର୍ଡ ରଖିବାକୁ ପ୍ରେରଣା ଦେଇଥିଲେ l ଏହି ଅବସର ରେ ସ୍କୁଲ ଓ କଲେଜ ସ୍ତର ରେ ଅନୁଷ୍ଠିତ ଜୁନିଅର ଓ ସିନିଅର ବର୍ଗ ର ଡିବେଟ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସହ ନିବନ୍ଧକ ଶ୍ରୀ ସାହୁ ଅତିଥି ପରିଚୟ କରିଥିଲେ l ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ଶ୍ରୀ ଉଦିତ ବାବୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରୁବି ବେହେରା ସଭା ପରିଚାଳନା କରିଥିଲା ବେଳେ ସହ ନିବନ୍ଧକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.