ବିଶ୍ୱକପ ଫାଇନାଲ ପାଇଁ ସମସ୍ତ ବିଶ୍ୱ ବିଜେତା ଅଧିନାୟକଙ୍କୁ ନିମନ୍ତ୍ରଣ

ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ନଭେମ୍ବର ୧୯ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପାଇଁ ସମସ୍ତ ବିଶ୍ୱବିଜେତା ଅଧିନାୟକଙ୍କୁ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି । ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରଦାନ କରାଯିବ । କ୍ଲାଇଭ ଲଏଡ, କପିଳ ଦେବ, ଆଲାନ ବର୍ଡର, ଅର୍ଜୁନ ରାଣାତୁଙ୍ଗା, ଷ୍ଟିଭ ୱ, ରିକି ପଂଟି, ମହେନ୍ଦ୍ର ସିଂ ଧୋନୀ, ମାଇକେଲ କ୍ଲାର୍କ ଓ ଇଓନ ମୋର୍ଗାନ ଉପସ୍ଥିତ ରହିବା ସ୍ପଷ୍ଟ ହୋଇଛି । ପାକିସ୍ତାନ ଅଧିନାୟକ ଇମ୍ରାନ ଖାଁ ଏବେ ଜେଲରେ ଥିବାରୁ ସେ ହାଜର ହୋଇପାରିବେ ନାହିଁ । ଏହା ବ୍ୟତୀତ ବିସିସିଆଇ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ପ୍ରଥମ ଇନିଂସ ଶେଷ ହେବା ପରେ ପ୍ରୀତମଙ୍କ ମ୍ୟୁଜିକାଲ ପ୍ରଦର୍ଶନରେ ଲେହେରା ଦୋ, ଜିତେଗା ଜିତେଗା, ଦଙ୍ଗଲ, ଦେବା ଦେବା ଓ ଦିଲ ଜଶ୍ନ ପରି ଗୀତରେ ୫୦୦ ଊର୍ଦ୍ଧ୍ୱ କଳାକାର ନୃତ୍ୟ ପରିବେଷଣ କରିବେ । ଦ୍ୱିତୀୟ ଇନିଂସର ଦ୍ୱିତୀୟ ଡ୍ରିଙ୍କସ ବ୍ରେକରେ ଲାଇଟ ଓ ଲେଜର ଶୋର ଆୟୋଜନ କରାଯିବ । ବିଶ୍ୱରେ ପ୍ରଥମ ଥର ପାଇଁ ଚାମ୍ପିୟନଙ୍କ ନାମ ଆକାଶରେ ପ୍ରଦର୍ଶିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.