ସଇଁତଲାରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବିଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଘାଟିତ ହୋଇଯାଇଛି l ସଭା ପ୍ରାରମ୍ଭରେ ଶ୍ରୀଶ୍ରୀ ଗଣେଶ ବାବା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମେଳାକୁ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ ମେଳାରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ଭୋଇ ସମ୍ମାନିତ ଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ , ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ , ବ୍ଲକ ବିଜ୍ଞାନ ସଂଯୋଜକ ନୀଳମଣି ମେହେର ପ୍ରମୁଖ ଯୋଗଦାନ କରି ବିଜ୍ଞାନ ଉପକାରିତା ଉପରେ ଆଲୋକପାତ କରିଥିଲେ l ଏହି ମେଳାରେ ବ୍ଲକ ଆବାହକ ମନୋଜ ବେହେରା ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଡେଙ୍ଗ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ସଭାକୁ ପରିଚାଳନା କରିଥିଲେ l ପରେ ମୁଖ୍ୟଅତିଥି ଓ ସମ୍ମାନିତ ଉଭୟ ମେଳାକୁ ଆସିଥିବା ପ୍ରକଳ୍ପଗୁଡିକ ପରିଦର୍ଶନ କରି ଛାତ୍ରୀ ଛାତ୍ରମାନଙ୍କୁ ପଚାରି ବୁଝିଥିଲେ l ଉକ୍ତ ପ୍ରଦର୍ଶନୀ ମେଳାରେ 161 ଗୋଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିବା ବେଳେ ପଯ୍ୟବେକ୍ଷକ ଭାବେ ରାଜ ପ୍ରସାଦ ପ୍ରଧାନ, ବିଚାରକ ସୁବ୍ରତ କୁମାର ବାବୁ ଓ ରାଜ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରକଳ୍ପଗୁଡିକକୁ ଜିଲ୍ଲାସ୍ତର କୁ ମନୋନୀତ କରିବେ l ଏହି ମେଳାରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ,ନରେନ୍ଦ୍ର ସାହୁ, ରିତାରାଣୀ ତ୍ରିପାଠୀ, ସଇଁତଲା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର , ଶିକ୍ଷୟତ୍ରୀ ହିରଣ୍ମୟୀ ପୃଷେଠ, ରଞ୍ଜିତା ମିଶ୍ର, ସିଆରସିସି ଶେଷଦେବ ପ୍ରଧାନ ଙ୍କ ସମେତ ବ୍ଲକର 17 ଗୋଟି କ୍ଲଷ୍ଟର ସମସ୍ତ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକର ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.