ରବିଧାନ ଚାଷ ପାଇଁ ଜଳସେଚନ ଦାବୀ; ମେଗା ଲିଫ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ରବି ଋତୁରେ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଦ୍ୱାରା ଜଳ ସେଚନ ପାଇଁ ଘୋଷଣା ହେଇଥିବା ବେଳେ କୋକସରା ବ୍ଲକ ର ତିନିଗୋଟି ପଞ୍ଚାୟତ ବଞ୍ଚିତ ହେଇଛନ୍ତି, ଏନେଇ ଆଜି କୁସୁମଖୁଣ୍ଟି ଇନ୍ଦ୍ରାବତୀ ମେଗାଲିଫ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଡାଲଗୁମା, ଡହଗାଁ, ମୂଷାପାଲି ପଞ୍ଚାୟତ ର ଶତାଧିକ ଚାଷୀ ରବି ଋତୁ ଜଳ ସେଚନ ପାଇଁ ନିର୍ବାହୀ ଯନ୍ତ୍ରୀ ପ୍ରଣବ ପ୍ରଧାନ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି| ସୂଚନା ଅନୁସାରେ ଡ୍ୟାମ ୧୩ (କ) ପର୍ଯ୍ୟନ୍ତ ପ୍ରାୟ ୫୮୮୪,୯୪ ହେକ୍ଟର ପର୍ଯ୍ୟନ୍ତ ଜଳ ସେଚିତ ହେବା ପାଇଁ ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ବେଳେ ତଳମୁଣ୍ଡରେ ଥିବା ତିନିଗୋଟି ପଞ୍ଚାୟତ ର ଶତାଧିକ ଚାଷୀ ଏକତ୍ରିତ ହୋଇ ଜଳସେଚନ ପାଇଁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବୀପତ୍ର ପ୍ରଦାନ ସମୟରେ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ରଜରାଜ ନାଏକ, ଦୀପକ ପଣ୍ଡା, ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ, ଦେବେନ୍ଦ୍ର କୁମାର ପଣ୍ଡା, ମହେନ୍ଦ୍ର ଧରୁଆ, ଗୋସିଙ୍ଗ ସାହୁ, ସୁଦର୍ଶନ ହଂସ,ପୁରୁଷୋତ୍ତମ ସିଂ ରାଜପୁତ,ପ୍ରତାପ ଚନ୍ଦ୍ର ବିଶି, ଭୂପେନ୍ଦ୍ର ହଂସ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ଡାକ ପୂଝାରୀ, ବିଶ୍ୱନାଥ ମାଝୀ, ମହେନ୍ଦ୍ର ନାଗ ସମେତ ୩ ଟି ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ରହି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତି ନ ନେଲେ ଓ ଜଳ ସେଚନ ବ୍ୟବସ୍ଥା ନ କଲେ ୨୮ ତାରିଖ ରେ କାର୍ଯ୍ୟାଳୟ ଘେରାଉ ହେବା ସହ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର କୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.