ଝରିଆଗୁଡାଠାରେ ଭିମା ଦେବଙ୍କ ବାଲିଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ବର୍ଷ କୋକସରା ବ୍ଲକ ଝରିଆଗୁଡ଼ା ଗ୍ରାମରେ ଦିର୍ଘ ୫୩ବର୍ଷ ପରେ ଭିମା ଦେବଙ୍କ ବାଲିଯାତ୍ରା ଗତ ୨୯ ତାରିଖରୁ ଆରମ୍ଭ ହୋଇଛି। ବାଲିଯାତ୍ରା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦେବାଦେବୀଙ୍କୁ ଆମନ୍ତ୍ରିତ କରିବା ସହ ବିଶେଷ ପୂଜାର୍ଚ୍ଚନା ହେଉଛି। ମଙ୍ଗଳବାର ଦିନ ବରୁଣ ଦେବତାଙ୍କ ପାଇଁ ଶେଷ କଲସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା ଓ ବିଭିନ୍ନ ଦେବାଦେବୀଙ୍କ କାଲିଶୀ ଚଢିଥିବା ଯୁବକ, କୁମାରୀ ଯୁବତୀ ମାନେ ଗ୍ରାମ୍ୟ ପୋଖରୀରୁ ପାଣି ଉଠାଇ କଳସ ଶୋଭା ଯାତ୍ରାରେ ବାହରି ଗାଁ ମଝିରେ ସ୍ଥାପିତ ବାଲିଘର ନିକଟକୁ ପହଞ୍ଚିଥିଲା। ପରେ ପୂଜାର୍ଚ୍ଚନା କରାଯାଇଥିଲା। ଆଜିର କଳସ ଯାତ୍ରାରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ମାନସ ରଞ୍ଜନ ବାଗ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ରେଙ୍ଗାଲପାଲି ସମିତି ମୁକ୍ତେଶ୍ଵର ନାଏକ, ବ୍ଳକ ବିଜେଡି ସଭାପତି ଶୁସାନ୍ତ ବେହେରା, କେତନ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଗାଁରେ ସ୍ଥାପିତ ବାଲିଘର ନିକଟରେ ପ୍ରତିଦିନ ସନ୍ଧ୍ୟାରେ ଗୁରୁମେ କଳ୍ପନା ମାଝୀ ବିଭିନ୍ନ ଦେବାଦେବୀ ମାନଙ୍କୁ ପୁଜା ପାଠ କରି ଆମନ୍ତ୍ରଣ କରୁଥିବା ବେଳେ ଗ୍ରାମର କୁମାରୀ ବାଳିକା, ଯୁବକ, ମହିଳା ଓ ପୁରୁଷ ମାନଙ୍କ ଦେହରେ ବିଭିନ୍ନ ଦେବାଦେବୀ ମାନଙ୍କ କାଳିଶୀ ଚଢିଥାଏ। କାଳୀଶି ଚଢିଥିବା ଯୁବକ, ଯୁବତୀ ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ ଗୁରୁମେ ଭିମା ଦେବ, କନ୍ଦେନ ଦେବୀ ଭଲି ବିଭିନ୍ନ ଦେବାଦେବୀ ମାନଙ୍କୁ ଚିହ୍ନଟ କରନ୍ତି। ବାଳୀଯାତ୍ରା ମଧ୍ୟରେ ବିଭିନ୍ନ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ମଙ୍ଗଳବାର ଦିନ ବରୁଣ ଦେବତାଙ୍କ ପାଇଁ ବାଲିଯାତ୍ରାର ଶେଷ କଲସ ଯାତ୍ରା ଅନୁଷ୍ଠିତ ହୋଇ ଆଜିଠାରୁ କିଛି ଦିନ ପାଇଁ ବାଲିଯାତ୍ରାକୁ ବିରତି ଦିଆଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମ୍ୟ ଦେବୀ ପୂଜକ ଓରାଚନ ପୁଝାରୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଗୌନ୍ତିଆ ଯୁଧିଷ୍ଠିର ନାଏକ, ପରିଚାଳନା କମିଟି ସଭାପତି ଜୟଲାଲ ନାଏକ, ସମ୍ପାଦକ ରାଜ କିଶୋର ସାହୁ, ଉପ ସଭାପତି କୁରୁକ୍ଷେତ୍ର ପାଣିଗ୍ରାହୀ, ହୃଷୀକେଶ ଦାସ, ସୁରେନ୍ଦ୍ର ବଛା, ଦ୍ରୋଣ ଗହୀର, ସଂକୀର୍ତ୍ତନ ପଟ୍ଟନାୟକ, ଧଵଲେ ଗହୀର,ମୁକୁନ୍ଦ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମାଝୀ, ଅରବିନ୍ଦ ପଟ୍ଟନାୟକ, ଜିତେନ୍ଦ୍ର ନାଏକ, ଲକ୍ଷ୍ମୀ ହଂସ, ଡମ୍ବରୁଧର ବଛା ସମେତ ଗ୍ରାମବାସୀ ପରିଚାଳନାରେ ସହେଯାଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.