ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ରଙ୍କ ମା’ ଡାଲ୍ଲାମା ଦେବୀଙ୍କର ୯୨ ବର୍ଷ ବୟସରେ ସୋନପୁର ଢ଼େରାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଏହି ଖବରରେ ସୁବର୍ଣ୍ଣପୁର ସାମ୍ୱାଦିକ ଓ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଓଡିଶା ସାମ୍ୱାଦିକ ସଙ୍ଘ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସହ ରାଜ୍ୟର ସମସ୍ତ ଜିଲ୍ଲା ଶାଖାର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l ସେ ଜଣେ ଆମାୟିକ ଓ ଧର୍ମପରାୟଣ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିବାବେଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛିଦିନ ହେଲା ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡପୁଅ ମୃତ୍ୟୁଞ୍ଜୟ, ଗୁଣନିଧି, ଦିଲିପ ଓ ଶେଷଦେବ ପାତ୍ର ଙ୍କ ସହ ନାତି ନାତୁଣୀ ଓ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ । ତେଲୁଗୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ରାମେଶ୍ୱର ସ୍ଥିତ ତ୍ରିବେଣୀ ସଙ୍ଗମ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।