ଡୋକରୀ ଚଞ୍ଚରାରେ ବିଶ୍ବ ଐତିହ୍ୟ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଓ ଐତିହ୍ୟ ବିଭାଗ, ଭୁବନେଶ୍ୱର ତରଫରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅନୁକୂଳରେ କୋକସରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ସହଯୋଗରେ କୋକସରା ବ୍ଳକ ସୀମାନ୍ତ ଖଲିଗଡ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ବିଶ୍ବ ଐତିହ୍ୟ ସପ୍ତାହ ପାଳନ ହୋଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ୧୯ ନଭେମ୍ବର ଠାରୁ ସପ୍ତାହେ ବ୍ୟାପି ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ବ ଐତିହ୍ୟ ସପ୍ତାହ ପାଳିତ ହୋଇ ଥିବାବେଳେ ବୁଧବାର ଐତିହାସିକ ଗୁଡହାଣ୍ଡି ସ୍ଥଳରେ ଗବେଷକ ଓ ବିଶ୍ଵବିଦ୍ୟାଳୟର ଶହେ ଜଣ ଛାତ୍ରଛାତ୍ରୀ ପହଞ୍ଚି ଥିଲେ। ଏବଂ ଗୁଡହାଣ୍ଡି ପର୍ବତ ଉପରକୁ ଚଡିବା ସହିତ ଗୁଡହାଣ୍ଡିର ହଜାର ହଜାର ବର୍ଷ ତଲର ଶିଲାଲିପି, ପ୍ରାକୃତିକ ବିଭବ, ଗୁମ୍ଫା ଆଦିର ଗବେଷଣା କରିଥିଲେ। ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ସ୍ଥାନର ଐତିହ୍ୟ ବିଷୟରେ ଅବଗତ କରାଇ ସେଠାରୁ ଫେରିଆସି ଥିଲେ। ଏହାପରେ ରାମ ମନ୍ଦିର ପରିସରରେ ଡୋକରୀ ଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ବର ପାତ୍ରଙ୍କ ସଭାପତିତ୍ବରେ ପର୍ଯ୍ୟଟନ ସ୍ଥଳୀର ବିକାଶ, ଐତିହ୍ୟ ଶିଲାଲିପିର ସୁରକ୍ଷା ସହ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା। ଏଥିରେ ବିଶ୍ଵବିଦ୍ୟାଳୟ ତରଫରୁ ଆସିଥିବା ଚିତ୍ତରଞ୍ଜନ ଖୁଣ୍ଟିଆ, ଡ଼. ରାଜକିଶୋର ମହାରଣା, ଡ଼. କୁମୁଦ ଚନ୍ଦ୍ର ନାଏକ, ଡ଼. ନଳିନୀ କାନ୍ତ ରଣା, ଡ଼. ଆଶିଷ ରଞ୍ଜନ ସାହୁ, ଚିରଞ୍ଜିବୀ ଶବର, ପୂଜାରାଣୀ ବେହେରା ପ୍ରମୁଖ ଗୁଡହାଣ୍ଡିର ଐତିହ୍ୟ ଶିଲାଲିପି ବିଷୟରେ ନିଜର ଅନୁଭୂତି ବଖାଣିଥିଲେ। କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ବେଦମୟୀ ବାରିକ, ଶୁଭଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଗାଇଡ ଭାବରେ ଚିତ୍ରସେନ ପାତ୍ର, ସହଦେବ ଦିଶାରୀ ଓ ଗିରିଧର ଧଙ୍ଗଡାମାଝୀ ସହଯୋଗ କରିଥିଲେ। ଅଧ୍ୟାପକ ଐରୀ ନାଶନ ଚିନ୍ଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉନ୍ନୟନ ସମିତିର ସୁଧୀର ପାତ୍ର, ନିଲାମ୍ବର ନାଏକ, କୋକସରା ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ସୁନୀଲ କୁମାର ପ୍ରଧାନୀ, ତପନ କୁମାର ବିଶି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.