ରାସ୍ତାରେ ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ତାରକା ମହମ୍ମଦ ସାମି ଉତ୍ତରାଖଣ୍ଡର ନୈନିତାଲ ନିକଟରେ ଏକ ପାହାଡ଼ିଆ ରାସ୍ତାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ। ଯାହାକୁ ସେ ତାଙ୍କ ସୋଶିଆଲ ମିଡିଆ ଇନଷ୍ଟାରେ ସେୟାର କରିଛନ୍ତି। ସୂଚନା ଅନୁସାରେ ସକାଳେ ମହମ୍ମଦ ସାମିଙ୍କ କାର ଆଗରେ ଏହି ଘଟଣା ଘଟିଥିଲା । ଏହାପରେ ସାମି ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଦ୍ଧାରର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସାମି ଓ ତାଙ୍କ ଟିମ୍ କାର୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତାଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି। ଭିଡିଓର କ୍ୟାପସନରେ ସାମି ଲେଖିଛନ୍ତି, ‘ସେ ବହୁତ ଭାଗ୍ୟଶାଳୀ ଯେ ଭଗବାନ ତାଙ୍କୁ ଦ୍ବିତୀୟ ଜୀବନ ଦେଇଛନ୍ତି। ନୈନିତାଲ ନିକଟରେ ଥିବା ପାହାଡିଆ ରାସ୍ତାରୁ ତାଙ୍କ ଗାଡ଼ି ମୋ ଗାଡ଼ି ଆଗରେ ଖସି ପଡ଼ିଥିଲା। ଆମେ ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲୁ। ସାମିଙ୍କ ଏହି ଦାୟିତ୍ୱପୂର୍ଣ୍ଣ କାମ କ୍ରୀଡ଼ାର ପ୍ରକୃତ ଭାବନାକୁ ସୂଚାଉଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.