ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ଠାରେ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ତଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସ ‘ମହୁରି ଦିନ୍’ରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କଳାହାଣ୍ଡି ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ସମ୍ମାନିତ ଅତିଥି ଭାବେ ଯୁବ ଲେଖକ ସୁଶିଲ କୁମାର ବାଗ, ଶିକ୍ଷାବିତ୍ ଡ଼ଃ ଅଜୟ ମିଶ୍ର, ସମାଜସେବୀ ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି), ରୋହିତ ଭୋଇ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଇଂ ମନ୍ମଥ ସାହୁଙ୍କୁ ଦେବଗିରି କୃଷି ସମ୍ମାନ, ଶିକ୍ଷାବିତ ଜୟହରି ପୁଟେଲ ଓ ବିଜୟ କୁମାର ଦାଶଙ୍କୁ ଦେବଗିରି ଗୁରୁ ସମ୍ମାନ, ସାମ୍ବାଦିକ ଖଗେଶ୍ବର କୁମାର ଓ ନୀଳକଣ୍ଠ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ, ଅବସରପ୍ରାପ୍ତ ଶିକ୍ଷକ ନରସିଂହ ବାରିକ ଓ ଯୁବ କବି ଯାଦବେନ୍ଦ୍ର ସାହାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପାରମ୍ପରିକ ଗଣା ବଜା, କୋଶଳେଶ୍ୱର ନାଟ୍ୟ କଳା ପରିଷଦ ଶାନ୍ତପୁର ମାଳି ପଡାର କ୍ଷୁଦ୍ର ନାଟକ, ବଲାଙ୍ଗୀର-କଳାହାଣ୍ଡିର ରାମଲୀଳା ଦର୍ଶକଙ୍କୁ ରାତି ସାରା ବାନ୍ଧି ରଖିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.